Uncategorizedନିରୁପମା ପାଣି ଙ୍କ କବିତା ଶ୍ରାବଣ ଭିଜାଏ by Sunil Chandra NayakJuly 22, 2022088 Share0 ଶ୍ରାବଣ ଭିଜାଏ ଶ୍ରାବଣ ଭିଜାଏ ଶୁଷ୍କ ମରୁ ବାଲି ମୋ ଲୁହ ଭିଜାଏ ମୋତେ ଭିଜିବାର ସ୍ୱପ୍ନ ଦେଖିଥିଲି ଦିନେ ପୁରଣ ହୋଇଛି ସତେ ସ୍ମୃତି ଅନୁଭୁତି ସବୁ ଧୋଇ ଦେଲା ଶ୍ରାବଣର ଲୁହ ଧାରା ଆଶା ଆକାଙ୍କ୍ଷା ମୋ ସମାଧି ସାଜିଲା ଅତିତ ହେଲା ପାଶୋରା ସମୟ ସହିତ ବଦଳି ଯିବିମୁଁ ଜୀବନେ ସପଥ ନେଲି ହସିବା ଛାଡିଲେ ଏଇ ଦୁନିଆଁରେ ନିଶ୍ଚୟ ସାବାସି ନେବି ଅଭୀନୟ କଲେ ମିଳେ ଫୁଲ ମାଳ ଭୁଲିବି ନାହିଁ କେବେବି ଅନ୍ତରର ନିଆଁ ଅନ୍ତରେ ଜଳାଇ ମିଛ ହସ ହସି ହସି ଦେଖେଇ ପାରିବି ଏଇ ଦୁନିଆଁରେ ପାଇଛି ଅନେକ ଖୁସି ଶିକ୍ଷା ସୋପାନର ଅନ୍ତିମ ସୋପାନ ଆଜିର ଦୁନିଆଁ ଦେଲା ଅତିତ ଭୁଲିଲେ ଆଶା ଛାଡିଦେଲେ ତୁଟିବ ସବୁ ଝାମେଲା ଜନ୍ମରୁ ନଥିଲା କିଛିବି ନିଜର ଅମା ଅଜ୍ଞାନ ମଣିଷ ଶୁନ୍ୟ ହାତ ନେଇ ଜନମ ପୁଣିସେ ଶୁନ୍ୟ ହାତେ ହେବ ଶେଷ ନୁହେଁ ସେ କାହାର କେହି ନୁହେଁ ତାର ସମୟ ରୁ ବୁଝିଗଲେ ଆଶା ମରିଯିବ ଭରସା ତୁଟିବ ଯନ୍ତ୍ରଣାରୁ ମୁକ୍ତି ମିଳେ ନିରୁପମା ପାଣି ଚାନ୍ଦବାଲି