ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି  ଙ୍କ କବିତା ଶ୍ରାବଣ ଭିଜାଏ

ଶ୍ରାବଣ ଭିଜାଏ

ଶ୍ରାବଣ ଭିଜାଏ
ଶୁଷ୍କ ମରୁ ବାଲି
ମୋ ଲୁହ ଭିଜାଏ ମୋତେ
ଭିଜିବାର ସ୍ୱପ୍ନ
ଦେଖିଥିଲି ଦିନେ
ପୁରଣ ହୋଇଛି ସତେ
ସ୍ମୃତି ଅନୁଭୁତି
ସବୁ ଧୋଇ ଦେଲା
ଶ୍ରାବଣର ଲୁହ ଧାରା
ଆଶା ଆକାଙ୍କ୍ଷା ମୋ
ସମାଧି ସାଜିଲା
ଅତିତ ହେଲା ପାଶୋରା
ସମୟ ସହିତ
ବଦଳି ଯିବିମୁଁ
ଜୀବନେ ସପଥ ନେଲି
ହସିବା ଛାଡିଲେ
ଏଇ ଦୁନିଆଁରେ 
ନିଶ୍ଚୟ ସାବାସି ନେବି
ଅଭୀନୟ କଲେ
ମିଳେ ଫୁଲ ମାଳ
ଭୁଲିବି ନାହିଁ କେବେବି
ଅନ୍ତରର ନିଆଁ 
ଅନ୍ତରେ ଜଳାଇ
ମିଛ ହସ ହସି ହସି
ଦେଖେଇ ପାରିବି
ଏଇ ଦୁନିଆଁରେ 
ପାଇଛି ଅନେକ ଖୁସି
ଶିକ୍ଷା ସୋପାନର
ଅନ୍ତିମ ସୋପାନ
ଆଜିର ଦୁନିଆଁ ଦେଲା
ଅତିତ ଭୁଲିଲେ
ଆଶା ଛାଡିଦେଲେ
ତୁଟିବ ସବୁ ଝାମେଲା
ଜନ୍ମରୁ ନଥିଲା
କିଛିବି ନିଜର
ଅମା ଅଜ୍ଞାନ ମଣିଷ
ଶୁନ୍ୟ ହାତ ନେଇ
ଜନମ ପୁଣିସେ
ଶୁନ୍ୟ ହାତେ ହେବ ଶେଷ
ନୁହେଁ ସେ କାହାର
କେହି ନୁହେଁ ତାର
ସମୟ ରୁ ବୁଝିଗଲେ
ଆଶା ମରିଯିବ
ଭରସା ତୁଟିବ
ଯନ୍ତ୍ରଣାରୁ ମୁକ୍ତି ମିଳେ
   

      ନିରୁପମା ପାଣି 

         ଚାନ୍ଦବାଲି

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀ ଆସନ୍ତା ୨୩ରେ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରଗୁଡିକର ସମସ୍ଯାକୁ ଲୋକସଭା ଓ ବିଧାନସଭାରେ ଉପସ୍ଥାପିତ କରାଯିବ

Sunil Chandra Nayak

Leave a Comment

error: Content is protected !!