ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିଦ ରେଣ୍ଡୋମାଝୀ ୧୬୭ ତମ ସହିଦ ଦିବସ ପାଳିତ

ଏମ ରାମପୁର ତା ୧୦/୧୨/୨୦୨୨ ରିଖ କଳାହାଣ୍ଡି, ଏମ ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଉର୍ଲାଦାନୀ ଠାରେ ଜନ୍ମଗ୍ରହଣ କରିଥିବା ଇଂରେଜ ମାନଙ୍କ ସହିତ ଲଢେ଼ଇ କରି ନିଜ ପ୍ରାଣ ବଳି ଦେଇଥିବା ସେହି ମହାନ ପୁରୁଷ ସହିଦ୍ ରେଣ୍ଡୋମାଝୀ ଙ୍କୁ ମନେ ପକେଇ ବା ପାଇଁ ଆଜି ଦିନ ୧୧ଘଣ୍ଟା ସମୟରେ ସେହି ସହିଦ ଦିବସ ଉର୍ଲାଦାନୀ ସହିଦ୍ ରେଣ୍ଡୋମାଝୀ ପୀଠ ପରିସରରେ ଉର୍ଲାଦାନୀ ସରପଞ୍ଚ ଶ୍ରୀ ମତୀ ସୁପ୍ରିୟା ମାଝୀ ଙ୍କ ତତ୍ବାବଧାନରେ ଉର୍ଲାଦାନୀ ଗାଁ ପରିକ୍ରମା କରି ପରେ ସହିଦ୍ ରେଣ୍ଡୋମାଝୀ ଙ୍କ ସହିଦ୍ ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସମ୍ମାନିତ ଅତିଥି ରୂପେ ସେବାଜଗତ ର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ, ନର୍ଲା ରେଞ୍ଜର ପ୍ରସାନ୍ତ କୁମାର ପାଲ, ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼ା. ଶିବରାମ ନାୟକ, ବ୍ଲକ ଚୈରମେନ୍ ଶ୍ରୀମତୀ ମନ୍ଦାକିନି ସିଂ ଦେଓ, ସମିତି ସଭ୍ୟ ଶ୍ରୀମତୀ ମନାସିନି ରଣା , ରାମପୁର ଥାନା ଅଧିକାରୀ ସଚିଦ୍ର କୁମାର ପ୍ରଧାନ, ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ଭୋଇ, ପି.ଓ ରମାକାନ୍ତ ସାହୁ, ଗୋପାଳ ରଣା, ସରୁଙ୍ଗା ମାଝୀ, ଶ୍ୟାମ ସିଂ ପାତ୍ର, ଶ୍ରୀମତୀ ସାରଦା ମାଝୀ, ପ୍ରଦୀପ ଭୋଇ, ଗୌତମ ପାତ୍ର, ବଲାଙ୍ଗୀର ରୁ ସତ୍ୟନାରାୟଣ ଭୋଇ, ନିଲାମ୍ବର ପାତ୍ର, ମନୋଜ କୁମାର ମଲ୍ଲିକ, କେ. ସି. ମହାନ୍ତି ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ପ୍ରତିନିଧି ବିଭୂତି ଭୂଷଣ ମହାକୁଡ଼ ସମେତ ଯୋଗଦେଇ ସହିଦ ରେଣ୍ଡୋମାଝୀ ଙ୍କ ପ୍ରତି ମୂର୍ତ୍ତି ରେ ପୂଜା ପାଠ କରି ପରେ ସରପଞ୍ଚ ଶ୍ରୀ ମତୀ ମାଝୀ ଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଯାଇଛି।ଏହି ସହିଦ ଦିବସ ରେ ସମିତି ସଭ୍ୟା ଶ୍ରୀ ମତୀ ମନାସିନି ରଣା ଯୋଗ ଦେଇଥିବା ଧନ୍ୟବାଦ ଦେଇଥିବା ବେଳେ ଧନ ସିଂ ମାଝୀ ସଭା ପରିଚାଳନା କରିଥିଲେ । ଉର୍ଲାଦାନୀ ସ୍କୁଲ ଛାତ୍ରଛାତ୍ରୀ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଶତାଧିକ ମହିଳା ପୁରୁଷ ଆଦିବାସୀ ମାନେ ଯୋଗ ଦେଇଥିଲେ।

ମସିହା ନିଉଜ ସର୍ଭିସ 

Related posts

ବିଶ୍ଵପ୍ରସିଦ୍ଧ ଯୋରନ୍ଦା ସ୍ଥିତ ମହିମା ଗାଦୀ ରେ ଚାଲିଲା ଜେସିବି

Sunil Chandra Nayak

ପାନୀୟ ଜଳ ପାଇଁ ରାସ୍ତା ଅବରୋଧ କଲେ ମହିଳା ସମେତ ଗ୍ରାମବାସୀ

Sunil Chandra Nayak

ଛାତ୍ରଛାତ୍ରୀ ଙ୍କୁ ନିମ୍ନ ମାନର ଡ୍ରେସ ଯୋଗାଣ ଅଭିଯୋଗ ,ଚାଲିଛି ପିସି କାରବାର,ଡ୍ରେସ ବାବଦ ଅର୍ଥ ପିଲାଙ୍କ ଏକାଉଣ୍ଟ କୁ ଛାଡିବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!