ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଲେଜରେ ‘ବିଶ୍ବ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’… 

ରାଉରକେଲା/ ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ‘ବିଶ୍ବ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଡ. ରବୀନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ସଭାପତିତ୍ବ ଅଭିଭାଷଣ ସହ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ବେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ‘ବିଶ୍ବ ମାନବାଧିକାର ଦିବସ’ର ମହତ୍ବ ଓ ସାଂପ୍ରତିକ ସମୟରେ ମାନବାଧିକାର ସଂକଟ ତଥା ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଥିବା ବେଳେ ସମ୍ମାନିତ ଅତିଥି ଡ. ଜେନା ‘ଜାତୀୟ ସେବା ଯୋଜନା’ ମାନବାଧିକାର ସୁରକ୍ଷା ତଥା ସମାଜ ପ୍ରତି ଏହାର ଏକନିଷ୍ଠ ପ୍ରତିଶ୍ରୁତି ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ‘ଜାତୀୟ ସେବା ଯୋଜନା’ର ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ଦାୟିତ୍ଵରେ ଥିବା ଅଧ୍ୟାପକ ବନବିହାରୀ କିଶାନ, ଯୁକ୍ତ ୩ ସ୍ତରୀୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ତଥା ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପକ ଅନୁପ ଏକ୍କା, ଅଧ୍ୟାପକ ଅଶୋକ ସିନ୍ଦୁରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ପାଟ୍ଟଶାଣୀ ମଂଚ ସଂଯୋଜନା କରିଥିବା ବେଳେ ଅଧ୍ୟାପକ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପିକ୍ଅଫ୍ ଭ୍ଯାନରୁ ଓହ୍ଲେଇବା ବେଳେ ତଳେ ପଡି ବୃଦ୍ଧ ଗୁରୁତର 

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଅଷ୍ଟମ ସ୍ବରୂପ ମାତା ମହାଗୌରୀ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଡେଙ୍ଗୁ ରହିତ ମାସ ପାଳନ ପାଇଁ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!