ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଜ ସରକାରୀ କ୍ୱାଟର ରେ ଆତ୍ମ ହତ୍ୟା କଲେ କନେଷ୍ଟବଳ !

ଧର୍ମଗଡ:୫/୧୨/୨୨: ଦଶପୁର ପୋଲିସ ଫାଣ୍ଡି ପରିସରରେ ଥିବା ଷ୍ଟାଫ କ୍ୱାଟର ରେ ଜୈନିକ୍ ପୋଲିସ କର୍ମଚାରୀ ବେକ ରେ ଦଉଡ଼ି ଦେଈ ଆତ୍ମ ହତ୍ୟା କରିଥିବା ଜଣା ଯାଇଛି । ମୃତକ ହେଲେ ଦଶପୁର ପୋଲିସ ଫାଣ୍ଡି ର ଦେବରାଜ ନାୟକ ( ୩୨) OAPF ଯବାନ। ମୃତକ ଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳ କୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ୍ ଚୋପଦାର,ମାଜିଷ୍ଟ୍ରେଟ ଦାୟିତ୍ବ ରେ ଥିବା ସହ ଜିଲ୍ଲାପାଳ ନନ୍ଦ କିଶୋର ତାଣ୍ଡି ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଥିବା ବେଳେ ତାଙ୍କ ପରିବାର ଲୋକେ ପହଞ୍ଚିଲା ପରେ ଝୁଲନ୍ତା ଶବ କୁ କଢ଼ା ଯାଇ ଥିଲା । ତେବେ ଆତ୍ମ ହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା କୁ ନେଇ ପୋଲିସର ତଦନ୍ତ ଜାରି ରହିଛି । 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଛବିବହି 

Sunil Chandra Nayak

ଭାରତୀୟ ସଂସ୍କୃତ ସାହିତ୍ୟ ଶୀର୍ଷକରେ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!