ଧର୍ମଗଡ:୫/୧୨/୨୨: ଦଶପୁର ପୋଲିସ ଫାଣ୍ଡି ପରିସରରେ ଥିବା ଷ୍ଟାଫ କ୍ୱାଟର ରେ ଜୈନିକ୍ ପୋଲିସ କର୍ମଚାରୀ ବେକ ରେ ଦଉଡ଼ି ଦେଈ ଆତ୍ମ ହତ୍ୟା କରିଥିବା ଜଣା ଯାଇଛି । ମୃତକ ହେଲେ ଦଶପୁର ପୋଲିସ ଫାଣ୍ଡି ର ଦେବରାଜ ନାୟକ ( ୩୨) OAPF ଯବାନ। ମୃତକ ଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳ କୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ୍ ଚୋପଦାର,ମାଜିଷ୍ଟ୍ରେଟ ଦାୟିତ୍ବ ରେ ଥିବା ସହ ଜିଲ୍ଲାପାଳ ନନ୍ଦ କିଶୋର ତାଣ୍ଡି ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଥିବା ବେଳେ ତାଙ୍କ ପରିବାର ଲୋକେ ପହଞ୍ଚିଲା ପରେ ଝୁଲନ୍ତା ଶବ କୁ କଢ଼ା ଯାଇ ଥିଲା । ତେବେ ଆତ୍ମ ହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା କୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।
previous post