ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ ମହୋତ୍ସବ ସୁରଭି , ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

କୋକସରା,୩୧/୧୦- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ୧୧ କ୍ଲଷ୍ଟରରେ ରହିଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ରବିବାର କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଲଙ୍କ ପରିଚାଳନାରେ ଉଦଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଗୋବର୍ଦ୍ଧନ ବାଗ, ବିଇଓ ନେପାଲ ଚନ୍ଦ୍ର ବାଗ, ଏବିଇଓ ତୋଫାନ ମାଝୀ, ଗୋତୋମୁଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜୀବ ପାଢ଼ୀ, ଶିକ୍ଷକ ଅତୁଲ୍ୟ ପଟ୍ଟନାୟକ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସୁରଭି ଶିଶୁ ମହୋତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, ସାଧାରଣ ଜ୍ଞାନ, ହସ୍ତଲିଖନ ରଚନା, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ସୁରଭି ଶିଶୁ ମହୋତ୍ସବ ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ସମ୍ମାନୀତ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ସମେତ ଶିକ୍ଷା ଵିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ସମ୍ବଲପୁରୀ ଓ ସଚେତନତା ମୁଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉପସ୍ଥିତ ଅତିଥିମାନେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରିଥଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି, ଗୋବର୍ଦ୍ଧନ ବେମାଲ, ଈଶ୍ୱରୀ ପ୍ରସାଦ ଅଗସ୍ତି, ଅଜୟ କୁମାର ମାଝୀ, ସୁଭାଷ ଚନ୍ଦ୍ର ବାଗ, ସୁମନ୍ତ କୁମାର ଠାକୁର, ଯତୀନ୍ଦ୍ର ମୋହନ ସାହୁ, ପ୍ରଶାନ୍ତ ଶବର, ସଂଜୟ କୁମାର ପୁଝାରି, ଈଶ୍ୱର ନାଏକ, ଭୁବନେଶ୍ୱର ଛାତ୍ରିଆ, ପ୍ରମୋଦ ପୁରୋହିତ, ଉପେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ଦର ବୃଦ୍ଧି ରୋକିବାକୁ ଗହମ ରପ୍ତାନି ଉପରେ ନିଷେଧାଦେଶ ଜାରି କଲା ଭାରତ

ତେରେସିଂହା: ମହାଭାରତ ନାଟକ ଉଦଯାପିତ

ଭାରତୀୟ ଜନତା ପାର୍ଟି ର ନଗର କାର୍ଯ୍ଯକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!