ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ଧାର ରେ ବିତୁଛି ଭେଣ୍ଡିଆ ପୁଅ ର ଜୀବନ 

କାମାକ୍ଷନଗର( ମସିହା) _ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ର ପିତା ପବନା ବିଶ୍ୱାଳ ମାତା ସବିତା ବିଶ୍ୱାଳ ଙ୍କ ପୁଅ ସନ୍ଦୀପ ବିଶ୍ୱାଳ ଓ ପ୍ରଦୀପ ବିଶ୍ୱାଳ , ବଡ ପୁଅ ସନ୍ଦୀପ ବିଶ୍ୱାଳ ବୟସ (୨୭) ବର୍ଷ ଭେଣ୍ଡିଆ ପୁଅ ସନ୍ଦୀପ ଏହି ବୟସରେ ରୋଜଗାର କରି ପରିବାର ପ୍ରତିପୂଷଣ କରିବା କଥା ,ହେଲେ ଅଜଣା ରୋଗରେ ଗୋଡ଼ ହାତ ଅଚଳ ହୋଇ ଶଯ୍ୟାଶାୟୀ ହୋଇ ଦିନ କାଟୁଛନ୍ତି l ନା ନିଜେ ଚାଲି ପାରୁଛନ୍ତି ନା,ନିଜେ ହାତରେ ଖାଇ ପାରୁଛନ୍ତି ଏମିତି କି ନିଜ ନିତ୍ୟ କର୍ମ ବି ନିଜେ କରିପାରୁନାହାନ୍ତି ସନ୍ଦୀପ l ପ୍ରାୟ ୮ ବର୍ଷ ହେବ ଜୀବନ ସହ ଅହରହ କରୁଛନ୍ତି ସଂଘର୍ଷ ମେଡିକାଲ ରେ l ମେଡିକାଲ ଦେଖେଇବା ପରେ ନା ସନ୍ଦୀପ ଙ୍କ ଦେହ ଭଲ ହୋଇ ପାରୁଛି ନା ଆଗ ଭଳି ଚାଲି ପାରୁଛନ୍ତି l ଏପଟେ ସନ୍ଦୀପ ଙ୍କ ବାପା କହନ୍ତି ପାଖରେ ଯାହା ସମ୍ବଳ ବି ଥିଲା ସବୁ ସନ୍ଦୀପ ଙ୍କ ସ୍ୱାସ୍ଥ୍ୟ ରେ ଖର୍ଚ୍ଚ ହୋଇଯାଇଛି l ଆଉ ଆମେ ତ ଗରିବ ଲୋକ ଆମେ କଉଠୁ ଆଣିବୁ ??? ଏତେ ସମ୍ବଳ ସନ୍ଦୀପ କୁ ଉତ୍ତମ ଚିକିତ୍ସା କରି ପାରିବୁ  lସାନ ପୁଅ ପଚାରୁ ନାହିଁ ଆମେ ତ ଗରିବ ଲୋକ ,କାମ କଲେ ଖାଇବୁ l ଭାଗ୍ୟ କୁ ଆଦରି ଜୀବନ ର ପରିଣତି ବୟସରେ ବଡ ପୁଅ ସନ୍ଦୀପ ଅବସ୍ଥା ଦେଖି ଥକି ପଡିଲେଣି ସନ୍ଦୀପ ଙ୍କ ପରିବାର l ଯେଉଁ ପୁଅ ଘରର ବଡ ପୁଅ ବାପା ମା ଙ୍କ ସାହାରା ହେବା କଥା ସେଇ ବୟସରେ ପୁଅ ର ଏହି ଦାରୁଣ ଦୁଃଖ ଦୁର୍ଦଶା ଦେଖି ବାପା ମା ଭାଙ୍ଗି ପଡି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି l ସନ୍ଦୀପ ଙ୍କ ବାପା କହନ୍ତି ଏ ନେଇ ସରପଞ୍ଚ ଏବଂ ପ୍ରଶାସନ ଙ୍କୁ ଅଭିଯୋଗ ସତ୍ୱେ କୌଣସି ସୂଫଳ ମିଳି ପାରିନାହିଁ l ସରକାର ଗରିବ ଅସହାୟ ଲୋକ ମାନଙ୍କ ପାଇଁ କେତେ ଯୋଜନା କରୁଛନ୍ତି, ଯଦି ସନ୍ଦୀପ ଙ୍କୁ ସାହାଯ୍ୟ ସହଯୋଗ ମିଳନ୍ତା ଆମେ ଉତ୍ତମ ଚିକିତ୍ସା କରାଇ ପାରନ୍ତୁ ବୋଲି ସନ୍ଦୀପ ର ବାପା କୁହନ୍ତି l ଖାଲି ଦେଖିବାକୁ ବାକି ରହିଲା କେବେ ସନ୍ଦୀପ ଙ୍କ ଦୁଃଖ ଶୁଣୁଛନ୍ତି ପ୍ରଶାସନ l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ରକ୍ତଦାନ କରି ରୋଗୀ ଙ୍କ ଜୀବନ ବଞ୍ଚାଇଲେ ଯୁବକ

Sunil Chandra Nayak

ଡ଼ଃ ସୁନୀଲ ଧଙ୍ଗଡାମାଝୀ ଦେବଗିରି ମଠର ନୂତନ ଟ୍ରଷ୍ଟି

masiha

Leave a Comment

error: Content is protected !!