କାମାକ୍ଷନଗର( ମସିହା) _ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ର ପିତା ପବନା ବିଶ୍ୱାଳ ମାତା ସବିତା ବିଶ୍ୱାଳ ଙ୍କ ପୁଅ ସନ୍ଦୀପ ବିଶ୍ୱାଳ ଓ ପ୍ରଦୀପ ବିଶ୍ୱାଳ , ବଡ ପୁଅ ସନ୍ଦୀପ ବିଶ୍ୱାଳ ବୟସ (୨୭) ବର୍ଷ ଭେଣ୍ଡିଆ ପୁଅ ସନ୍ଦୀପ ଏହି ବୟସରେ ରୋଜଗାର କରି ପରିବାର ପ୍ରତିପୂଷଣ କରିବା କଥା ,ହେଲେ ଅଜଣା ରୋଗରେ ଗୋଡ଼ ହାତ ଅଚଳ ହୋଇ ଶଯ୍ୟାଶାୟୀ ହୋଇ ଦିନ କାଟୁଛନ୍ତି l ନା ନିଜେ ଚାଲି ପାରୁଛନ୍ତି ନା,ନିଜେ ହାତରେ ଖାଇ ପାରୁଛନ୍ତି ଏମିତି କି ନିଜ ନିତ୍ୟ କର୍ମ ବି ନିଜେ କରିପାରୁନାହାନ୍ତି ସନ୍ଦୀପ l ପ୍ରାୟ ୮ ବର୍ଷ ହେବ ଜୀବନ ସହ ଅହରହ କରୁଛନ୍ତି ସଂଘର୍ଷ ମେଡିକାଲ ରେ l ମେଡିକାଲ ଦେଖେଇବା ପରେ ନା ସନ୍ଦୀପ ଙ୍କ ଦେହ ଭଲ ହୋଇ ପାରୁଛି ନା ଆଗ ଭଳି ଚାଲି ପାରୁଛନ୍ତି l ଏପଟେ ସନ୍ଦୀପ ଙ୍କ ବାପା କହନ୍ତି ପାଖରେ ଯାହା ସମ୍ବଳ ବି ଥିଲା ସବୁ ସନ୍ଦୀପ ଙ୍କ ସ୍ୱାସ୍ଥ୍ୟ ରେ ଖର୍ଚ୍ଚ ହୋଇଯାଇଛି l ଆଉ ଆମେ ତ ଗରିବ ଲୋକ ଆମେ କଉଠୁ ଆଣିବୁ ??? ଏତେ ସମ୍ବଳ ସନ୍ଦୀପ କୁ ଉତ୍ତମ ଚିକିତ୍ସା କରି ପାରିବୁ lସାନ ପୁଅ ପଚାରୁ ନାହିଁ ଆମେ ତ ଗରିବ ଲୋକ ,କାମ କଲେ ଖାଇବୁ l ଭାଗ୍ୟ କୁ ଆଦରି ଜୀବନ ର ପରିଣତି ବୟସରେ ବଡ ପୁଅ ସନ୍ଦୀପ ଅବସ୍ଥା ଦେଖି ଥକି ପଡିଲେଣି ସନ୍ଦୀପ ଙ୍କ ପରିବାର l ଯେଉଁ ପୁଅ ଘରର ବଡ ପୁଅ ବାପା ମା ଙ୍କ ସାହାରା ହେବା କଥା ସେଇ ବୟସରେ ପୁଅ ର ଏହି ଦାରୁଣ ଦୁଃଖ ଦୁର୍ଦଶା ଦେଖି ବାପା ମା ଭାଙ୍ଗି ପଡି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି l ସନ୍ଦୀପ ଙ୍କ ବାପା କହନ୍ତି ଏ ନେଇ ସରପଞ୍ଚ ଏବଂ ପ୍ରଶାସନ ଙ୍କୁ ଅଭିଯୋଗ ସତ୍ୱେ କୌଣସି ସୂଫଳ ମିଳି ପାରିନାହିଁ l ସରକାର ଗରିବ ଅସହାୟ ଲୋକ ମାନଙ୍କ ପାଇଁ କେତେ ଯୋଜନା କରୁଛନ୍ତି, ଯଦି ସନ୍ଦୀପ ଙ୍କୁ ସାହାଯ୍ୟ ସହଯୋଗ ମିଳନ୍ତା ଆମେ ଉତ୍ତମ ଚିକିତ୍ସା କରାଇ ପାରନ୍ତୁ ବୋଲି ସନ୍ଦୀପ ର ବାପା କୁହନ୍ତି l ଖାଲି ଦେଖିବାକୁ ବାକି ରହିଲା କେବେ ସନ୍ଦୀପ ଙ୍କ ଦୁଃଖ ଶୁଣୁଛନ୍ତି ପ୍ରଶାସନ l
କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍