ନବରଙ୍ଗପୁର—ନୂଆଖାଇ ଏକ କୃଷିଭିତ୍ତିକ ଗଣପର୍ବ |ଆଜି ଏହି ପର୍ବକୁ ପଶ୍ଚିମ/ଦକ୍ଷିଣ ଓଡିଶାର ଅଞ୍ଚଳ ବାସୀ ତଥା ଆମ ନବରଙ୍ଗପୁର ଜିଲ୍ଲା ରେ ପାଳନ ହୋଇ ଯାଇଛି |ଚାଷୀ ଭାଇ ବର୍ଷ ର ଅମଳ କରିଥିବା ପ୍ରଥମ ଧାନ ପଶୁ, ପକ୍ଷୀ,ବା ଅନ୍ୟ ପ୍ରାଣୀର ପେଟ ଭିତରକୁ ଯିବା ପୂର୍ବରୁ ତାହାକୁ ସର୍ବନିୟନ୍ତା ଙ୍କ ପାଖରେ ଅର୍ପଣ କରାଯାଇଥାଏ |ପୂର୍ଣ୍ଣଗଭା ହୋଇଥିବା ଧାନ ଖେଡ଼କୁ ବିଲରୁ ବରଣ କରିଆଣି ନିଜ ନିଜ ଇଷ୍ଟ ଦେବୀ ମାନଙ୍କ ଠାରେ ଭୋଗ ଦିଆ ଯାଇଥାଏ | ପରେ ସପରିବାର ଏକା ସାଙ୍ଗରେ କୁରେଇ ପତ୍ରରେ ନୂଆ ଧାନର ନୂଆଚୁଡା ବେଳ ଲଗ୍ନ ଦେଖି ଖାଇଥାନ୍ତି |ନିଜର କୁଳ, ଗୋତ୍ର,ବଂଶର ପରମ୍ପରା ଅନୁସାରେ ନୂଆଖାଇ ପାଳନ କରିଥାନ୍ତି |ଏଥି ନିମନ୍ତେ ଘରର ମୁରବି ବିଲକୁ ଯାଇ ମାଟି ମାଆ କୁ ଆହ୍ୱାନ କରି ବିଲର ହିଡରେ ମାଟି ମାତା, ଅର୍ଣ୍ଣଦାତ୍ରୀ, ମାଆ ଲକ୍ଷ୍ମୀ ଓ ନାରାୟଣ ନାମରେ ତିନି ପୁଞ୍ଜା ଚାଉଳ ଉପରେ କ୍ଷୀର ଢାଳି ପୂଜା କରାଯାଏ | ବର୍ଷର ପ୍ରଥମ ଅମଳ କରିଥିବା ଧାନ କୁ ତୋଳିବା ପାଇଁ ମାଟିମାତା କୁ ଅନୁମତି ମାଗି ତୋଳି ଆଣି ନୂଆ ଅର୍ଣ୍ଣ , ନୂଆ ଚୁଡା ପ୍ରସ୍ତୁତି କରି ନୂଆଖାଇ ପାଳନ କରାଯାଇ ଥାଏ |ଚାଷୀ ପରିବାରରେ ଏଭଳି ଵିଧି ଥିବା ବେଳେ ଅଣ ଚାଷୀ ପରିବାର ଲୋକେ ଧାନ ବିଡା କିଣିଆଣୀ ନୂଆ ଭୋଗ ପ୍ରସ୍ତୁତି କରି ନୂଆ ଖାଇ ଥାନ୍ତି |ନିଜର ସାମର୍ଥ୍ୟ ଅନୁସାରେ କ୍ଷୀରି, ପୁରୀ, ପିଠା,ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ଇଷ୍ଟ ଦେବା ଦେବୀଙ୍କୁ ଅର୍ପଣ କରି ନୂଆ ଖାଇ ଥାନ୍ତି |ନୂଆଖାଇ ତିନିଟି ପର୍ଯାୟରେ ପାଳନ କରାଯାଏ |ପ୍ରଥମେ ନିଜ ନିଜ ଘର ଲିପା ପୋଛା,ଦ୍ୱତୀୟରେ ନୂଆଖାଇ, ତୃତୀୟ ରେ ଜୁହାର ଭେଟ ଘାଟ |ନୂଆଖାଇ ଆସିବା ପୂର୍ବରୁ ଲୋକେ ନିଜ ନିଜ ଘରକୁ ଲିପା ପୋଛା ଓ ପରିବାର ପାଇଁ ନୂଆ ବସ୍ତ୍ର କିଣିବା |ଏହି ପର୍ବ ପାଳନ ସମୟରେ ଘରର କେହି ସଦସ୍ୟ ବାହାର କୁ ଯାଇଥାନ୍ତି, ଏହି ଦିନ ବାହାରୁ ଘରକୁ ପ୍ରତ୍ୟାବର୍ତନ କରିଥାନ୍ତି |ଗାଁ ଲୋକ ସହିତ ବା ପରିବାର ଲୋକଙ୍କ ମଧ୍ୟରେ ଯଦି ବି ଝଗଡା ଥାଏ, ଏହି ଦିନ ସମସ୍ତେ ଝଗଡା କୁ ଭୁଲି ଯାଇ ଏକାଠି ହୋଇ ଥାନ୍ତି | ନୂଆ ଚୁଡା କୁରେଇ ପତ୍ରରେ ଖାଇ ସରିଲା ପରେ ବଡ଼ ଲୋକଙ୍କୁ ଜୁହାର କରି ଆଶ୍ରିବାଦ କାମନା କରି ଥାନ୍ତି |ଏହା କେବଳ ପରିବାର ଭିତରେ ସୀମିତ ରହେ ନାହିଁ,ପରିବାର ରୁ ଆରମ୍ଭ କରି ଜ୍ଞାତି କୁଟୁମ୍ବ ପର୍ଜ୍ୟନ୍ତ୍। ସରାଗୁଡା ଗାଁର ଏକ ନିଛକ ଦ୍ରୁଶ୍ୟ ଦେଖନ୍ତୁ। ଗା ଠାରୁ ସହର ସବୁଠି ଜୁହାର ଭେଟ ଘାଟ ହୋଇ ଥାଏ |ନୂଆଖାଇ ପରେ ଯେବେ ପ୍ରଥମେ ଭେଟ ହୁଏ, ତେବେ ନୂଆଖାଇ ଜୁହାର କରିବାର ପରମ୍ପରା ପଶ୍ଚିମାଞ୍ଚଳ/ଦକ୍ଷିଣାଞ୍ଚଳ ଭାତୃଭାଵ ଓ ସଂସ୍କୃତି କୁ ଅଧିକ ରୁର୍ଦ୍ଧିମନ୍ତ କରେ |
ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।