ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ୍ କେମ୍ପସ କମିଟି ବିରୋଧରେ ସାମ୍ବାଦିକ ସମ୍ମିଳନୀ, ଗଣଧାରଣା ଚେତାବନୀ ଦେଲେ ଶତାଧିକ ଛାତ୍ରଛାତ୍ରୀ

ବାଲେଶ୍ଵର,୧୬/୧୦/୨୨- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନବନିର୍ମିତ ୨୬ ଜଣିଆ କଲେଜ କେମ୍ପସ୍ କମଟିକୁ ଶତାଧିକ ଛାତ୍ରଛାତ୍ରୀଙ୍କ ବିରୋଧ କରି ଗତ ତା ୧୫/୧୦/୨୨ ରିଖ ଶନିବାର ଦେଭୁଗ ପଞ୍ଚାୟତର ଡୁମେଇଛକ ନିକଟସ୍ଥ ମଙ୍ଗଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବିଜେଡି ଦଳର କୌଣସି ସ୍ଥାନୀୟ ନେତୃମଣ୍ଡଳୀ କିମ୍ବା ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁଙ୍କ ବିନା ପରାମର୍ଶରେ ବିଜେଡି ଜିଲ୍ଲା ଛାତ୍ର ସଭାପତି ସିମନ ଦାସମହାପାତ୍ର ଓ ବ୍ଲକ ଛାତ୍ର ସଭାପତି ସୁଶାନ୍ତ ବେହେରା ମନମୁଖି ଗଠନ କରିଥିଲେ କମିଟି । ଯାହାକୁ ଅନ୍ୟମାନେ କରିଛନ୍ତି ବିରୋଧ । ଏହି କମିଟିକୁ ରଦକରି ୧୫ ଦିନ ମଧ୍ୟରେ ବିଜେଡିର ସ୍ଥାନୀୟ ନେତୃମଣ୍ଡଳୀ ଓ ବିଧାୟକ ଶ୍ରୀ ସାହୁଙ୍କ ଦୃଷ୍ଟି ଗୋଚରରେ ନୂଆ କଲେଜ କେମ୍ପସ କମିଟି ଗଠନ କରିବା ପାଇଁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଯଦି ଏହା କରାନଯାଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଛାତ୍ରଛାତ୍ରୀ ମାନେ ନବୀନ ନିବାସ ଅଗରେ ଧାରଣାରେ ବସିବେ ବୋଲି ସୁବର୍ଣ୍ଣରେଖା ମହାବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା ପ୍ରକାଶ ନାଥ, ମାନସ ରଞ୍ଜନ ପ୍ରଧାନ, ଜ୍ୟୋତିପ୍ରକାଶ ବେହେରା, ଅଭିଲିପ୍ସା ପ୍ରଧାନ, ବିବେକ ରାଉତ, ଲାଇଲା ଧଳ, ସୁଚିଶ୍ମିତ ଗିରି, ପ୍ରଭାସ ସାହୁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ଏଥିରେ ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ୍ତ ଜେନା, ଚନ୍ଦନ ଜେନା, ଅଶୋକ ଜେନା ଓ ଗୋପାଳ ସାହୁଙ୍କ ସମେତ ଅନ୍ୟ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ ଅର୍ପିତା

Sunil Chandra Nayak

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!