ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୨ ପାଳିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ ମାଁ ମାଣିକେଶ୍ବରୀ ଯୁବ କଳା ସାଂସ୍କୃତିକ ଅନୁଷ୍ଠାନ, ତେରେସିଂହା ପକ୍ଷରୁ ୧୯ତମ ନୂଆଁଖାଇ ଭେଟଘାଟ୍ ୨୦୨୨ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ସମ୍ମାନିତ ଅତିଥି ଭାବରେ କର୍ଲାମୁଣ୍ଡା କ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପୁରୋହିତ, ମୂରଲୀଧର ରଣା, ହୃଷିକେଶ ସାହୁ, ମଙ୍ଗଳ ମାଝୀ, ରାଧାବଲ୍ଲଭ ନାଟ୍ୟ ସଂସଦ ତେରେସିଂହାର ସମ୍ପାଦକ କୃଷ୍ଣଚନ୍ଦ୍ର ରଣା ଯୋଗଦେଇ ଥିଲେ l ମଞ୍ଚାସିନ ଅତିଥି ମାନେ ଭାଇଚାରାର ପର୍ବ ନୂଆଁଖାଇ ଉପରେ ମତ ପ୍ରକାଶ କରିଥିଲେ l ଏହି ଅବସରରେ ଗ୍ରାମର ବିଭିନ୍ନ କ୍ଷେତ୍ରରେ ନାମ କରିଥିବା ଲୋକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା l କଳା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦୁଃଶାସନ ଭୋଇ, ନିଳାନ୍ଦ୍ରି ରଣା, କୃଷି କ୍ଷେତ୍ରରେ ତ୍ରିନାଥ ରଣା (ରାଧାବଲ୍ଲଭ ପଡ଼ା), ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା l ପ୍ରତି ବର୍ଷ ପରି ଗ୍ରାମର ଅନେକ ବୃଦ୍ଧବୃଦ୍ଧାଙ୍କୁ ବସ୍ତ୍ର ବଣ୍ଟନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ଗୀତ, ହଳିଆ ଗୀତ, ନୃତ୍ୟ, ଅନ୍ଧ ପୁଟୁଳି, ଚୌକିବସା, ପଞ୍ଝା ଲଢେଇ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ରଣା ଓ ମନୋଜ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ରୋହିତ ରଣା, ଡମ୍ବରୁଧର ରଣା, ହରିଶଙ୍କର ମାଝୀ, କ୍ଷେତ୍ରମଣୀ ରଣା, ଅଜୟ ରଣା, ଦିଲ୍ଲୀପ ରଣା, ଅନାଦି ରଣା, ବୁଲୁ ରଣା, ଅଚ୍ୟୁତ ରଣା, ସମ୍ପଦ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

 

Related posts

ମମତା ସାହୁ ଙ୍କ କବିତା ପହିଲି ରଜ

Sunil Chandra Nayak

ପ୍ର. ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ, ଯୁବ ସମ୍ମାନ ପାଇବେ ଉଦୀୟମାନ ଯୁବ ଲେଖକ ଡିଲେଶ୍ୱର ରଣା

Sunil Chandra Nayak

ପରଲୋକରେ ୮୨ ବର୍ଷ ବୟସର ବୃଦ୍ଧା

Sunil Chandra Nayak

Leave a Comment

error: Content is protected !!