ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଅଂଶୁଘାତରେ ଚାଲିଗଲା ଜୀବନ !

ବାଲେଶ୍ବର,୨୨/୫/୨୨- ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଅଂଚଳର ଶ୍ରୀଦେଇପୁର ଗ୍ରାମରେ ସନାତନ ବେହେରାଙ୍କର ମୃତ୍ୟୁ ହୋଇଯାଇଛି । ସୂଚନାରୁ ଜଣାଯାଇଛି ଯେ ସନାତନ ଆଜି ତା ୨୨/୫/୨୨ ରିଖ ରବିବାର ସକାଳେ ସନାମନ ନିଜ ପୁଅ ସହିତ ନିକଟସ୍ଥ ଖୁଣ୍ଟା ଗ୍ରାମରେ ଜଣେ ଲୋକର ଘୋରେଇ କାମ କରୁଥିଲା । କୌଣସି କାରଣରୁ ହଠାତ୍ ଅସୁସ୍ଥ ସନାତନ ଅସୁସ୍ଥ ଅନୁଭବ କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଥିବାର ଜାଣି ୧୦୮ ଜରିଆରେ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଈଶ୍ୱରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହିପରି ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଅନୁମାନ କରାଯାଉଛି । ହଠାତ୍ ଏପରି ମୃତ୍ୟୁ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଶବ ବ୍ଯବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶିଶୁ ମହୋତ୍ସବ ସୁରଭି , ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ଟୋପାଏ ବର୍ଷା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପାର୍ବଣ ଆସୁଛି ବୋଲି

Sunil Chandra Nayak

Leave a Comment

error: Content is protected !!