ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଅଟକ

ନର୍ଲା (ମନିସ) ବିରଳ ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଧରିବାରେ ବନବିଭାଗ ସଫଳ ହୋଇଛି। କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ କେରାଣ୍ଡିଖୁଣ୍ଟି ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ନର୍ଲା ବ୍ଳକ ଅଧିନ ଟକର୍ଲା ଗ୍ରାମର ଜିତେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ବଜ୍ରକାପ୍ତା ରଖିବା ଅଭିଯୋଗରେ ଜେରା କରାଯାଇଛି। ଉଦ୍ଧାର ବଜ୍ରକାପ୍ତାର ଓଜନ ୧୩ କେଜି ଥିବା ଜଣାପଡିଛି।ଏସଡିଏଫ ଦଳ ପ୍ରଥମେ ଖବର ପାଇ ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କୁ ଖବର ଦେଇଥିଲେ। ବଜ୍ରକାପ୍ତା ଓ ଅଭିଯୁକ୍ତକୁ ଅଟକ ପରେ ଏସିଏଫ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ଵାରା ଏହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ ପାଇଁ ସୂଚନା ମିଳିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଝରାଡିହି ସେକ୍ସନ ପକ୍ଷରୁ ୭୩’ ତମ ବନମୋହତ୍ସବ ପାଳିତ

ବିଦ୍ୟୁତବିଲ ପୈଠ ନ ହେବାରୁ ଚାରବାହାଲ ଗାଁ ରେ ଜଳ ଯୋଗାଣ ଠପ

Sunil Chandra Nayak

କବିତା ସାହୁ   ଙ୍କ କବିତା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ 

Sunil Chandra Nayak

Leave a Comment

error: Content is protected !!