ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହୁ ମାଛି ଆକ୍ରମଣରେ 2 ଗୁରୁତର

ପାପଡାହାଣ୍ଡି,10/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ବଟକରି ଗ୍ରାମରେ ଶନିବାର ମହୁ ମାଛି ଆକ୍ରମଣରେ 2 ଜଣ ମହିଳା ଗୁରୁତର ହୋଇଛନ୍ତି | ସେମାନଂକୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା | ସେମାନେ ହେଲେ ମମତା ହରିଜନ ଓ ସୁଭଦ୍ରା ନାୟକ | ଉଭୟ ଉପରସାହି ର ପୋଖରୀରେ ଗାଧୋଇବାକୁ ଯାଇଥିବା ସମୟରେ ନିକଟସ୍ତ ଗଛରେ ଥିବା ମହୁ ମାଛି ସେମାନଂକୁ ଆକ୍ରମଣ କରିଥିଲା | ସୁଭଦ୍ରା ଦୌଡ଼ି ଦୌଡ଼ି ଘରକୁ ଚାଲି ଆସିଥିଲେ | ମମତା ଭୟରେ ପାଣି ଭିତରକୁ ଡେଇଁ ନିଜର ଜୀବନ ରକ୍ଷା କରିଥିଲେ | ପରେ ଗ୍ରାମବାସୀ ସେମାନଂକୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଆଜାଦି କା ଅମୃତ ମହୋତ୍ସବରେ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ

Sunil Chandra Nayak

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ କବିତା ରଜ

Sunil Chandra Nayak

Leave a Comment

error: Content is protected !!