ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ରାଜ୍ୟର ବିଭିନ୍ନ ସରକାରୀ ଡିଗ୍ରୀ କଲେଜରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଡିଗ୍ରୀ କଲେଜରେ ଥିବା ଖାଲି ପଦ ଗୁଡ଼ିକରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୨-୨୩ରୁ ୨୦୨୩-୨୪ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଅଧ୍ୟାପକମାନେ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି । ଏନେଇ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ କଲେଜ ଅଧ୍ୟକ୍ଷଙ୍କୁ କୁହାଯାଇଛି ।

ତେବେ ଏହି ନିଯୁକ୍ତିରେ ଅବସରପ୍ରାପ୍ତ ଅଧ୍ୟାପକ ବା ଉପଯୁକ୍ତ ଦକ୍ଷତା ସମ୍ପନ୍ନ ଶିକ୍ଷକମାନେ ସୁଯୋଗ ପାଇବେ । ଏହି ଦୁଇ ବର୍ଷରେ ଅତିଥି ଅଧ୍ୟାପକମାନେ ମାସକୁ ୫୦ଟି କ୍ଲାସ ନେବାକୁ ପଡ଼ିବ । ଅଧ୍ୟାପକମାନଙ୍କୁ ପ୍ରତି କ୍ଲାସ ପିଛା ୫ ଶହ ଟଙ୍କା ଲେଖାଏଁ ପାରିଶ୍ରମିକ ମିଳିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ସରକାରୀ କଲେଜରେ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ମୁତାବକ ଅଧ୍ୟାପକ ନାହାନ୍ତି । କେଉଁଠି ଅତିଥି ଅଧ୍ୟାପକରେ କାମ ଚାଲିଛି ତ କେଉଁଠି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଆଣି କାମ ଚାଲିଛି । ଅନେକ ବିଭାଗରେ ଜଣେ ଦୁଇ ଜଣ ଅଧ୍ୟାପକ ପାଠ ପଢ଼ାଉଛନ୍ତି । ରାଜ୍ୟର ସବୁ ଜିଲ୍ଲାର କଲେଜମାନଙ୍କରେ ଅଧ୍ୟାପକଙ୍କ ଅଭାବ ପରିଲକ୍ଷିତ ହୋଇଛି । ପ୍ରତ୍ୟେକ ବର୍ଷ ଯେତିକି ଅଧ୍ୟାପକ ନିଯୁକ୍ତି ପାଉଛନ୍ତି, ତା’ଠାରୁ ଦୁଇଗଣ ଅବସର ଗ୍ରହଣ କରୁଛନ୍ତି । ୨୦୨୨-୨୩ରେ ରାଜ୍ୟ ସରକାର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜମାନଙ୍କରେ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି କରିବେ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ ଗତ ଜୁନ ମାସରେ ସୂଚନା ଦେଇଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁରରେ ଶ୍ରୀଜଗନ୍ନାଥଙ୍କ ୩୫ ତମ ପବିତ୍ର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ରୋଟାରୀ କ୍ଲବ ଅଫ ରାଇରଙ୍ଗପୁର ରୟାଲର ୬ଷ୍ଠ ପ୍ରତିଷ୍ଠା ଦିବସ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!