ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ ଗଳ୍ପ ଅନୁତପ୍ତ ଧୃତରାଷ୍ଟ୍ର

ଅନୁତପ୍ତ ଧୃତରାଷ୍ଟ୍ର

ମଣିଷ ଜୀବନରେ ଜାଣତରେ ହୋଉ କି ଅଜାଣତରେ ହୋଉ କୋଉଠି ନା କୋଉଠି ଭୂଲ୍ ହୋଇଯାଏ!! ଯଦି ଭୂଲ୍ ଟି ସୁଧାରି ହୁଏ ଯେ କେହି ସୁଧାରି ଦିଏ!! ଯଦି ଜଣେ ବୟସ୍କ ଲୋକ ନିଜର ଦୁର୍ବଳତାର ପରିଚୟ ଦେଇ ଭୂଲ୍ କରେ ତାକୁ ଅନ୍ଧ ଧୃତରାଷ୍ଟ୍ର ର ଆଖ୍ୟା ଦିଆ ଯାଏ!! କାରଣ ଯିଏ ସୃଷ୍ଟି କରେ ସେ କେବେ ନିଜ ସୃଷ୍ଟିକୁ ବିନାଶ କରେ ନାହିଁ!! କେବଳ ଜଣେ ଧୃତରାଷ୍ଟ୍ର ହିଁ ପୁତ୍ର ମୋହରେ ଅନ୍ଧ ହୋଇ ନିଜ ବଂଶକୁ ଧ୍ୱଂସ ଆଡକୁ ଠେଲି ଦେଇଥିଲେ!!

   ଆଜିର ସମାଜରେ ଏମିତି ଅନେକ ବାପା ମାଆ ବି ଅଛନ୍ତି ପିଲାମାନଙ୍କର ଦୋଷ ତୂଟି ଭୂଲ୍ କୁ ଦେଖି ଅଣଦେଖା କରି ନିଜେ ନିଜ ପିଲାମାନଙ୍କୁ ଧ୍ୱଂସ ଆଡକୁ ପେଲି ଦେଉଛନ୍ତି!! ଜଣେ ବାପା ପିଲାଙ୍କର ଭଲ ଚିନ୍ତା କରେ କିନ୍ତୁ ପିଲାର ସବୁ ଯିଦ୍ ଆଗରେ ବଳି ପଡିଗଲେ ସବୁ ଅନର୍ଥକୁ ଡାକି ଆଣେ!!

       ରାମହରିବାବୁ ଜଣେ ସରକାରୀ ଚାକିରିଆ!! ଘରେ ସ୍ତ୍ରୀ ଦମୟନ୍ତୀ ଦେବୀ ଯିଏକି ଟିକେ ଅହଂକାରୀ ସରକାରୀ ଚାକିରୀଆ ସ୍ୱାମୀ ପାଇ!! ଦୁଇ ପୁଅ ଗୋବିନ୍ଦ ଗୋପାଳ!! ଗୋବିନ୍ଦ ଛୋଟ ବେଳରୁ ଖର୍ଚି ସଉକ ରେ ପଇଶା ଉଡାଏ!! ଗୋପାଳ କିନ୍ତୁ ପୂରା ଓଲଟା! ନା ଭଲ ପିନ୍ଧେ ନା ଟଙ୍କା ପଇଶାରେ ତା ର ମତ୍ ଲବ୍ ନଥାଏ!! ଗୋବିନ୍ଦ ପାଠ ପଢାରେ ଆଗୁଆ ହେଲେ ମାଆ ଭଳି ଗର୍ବୀ ଅହଂକାରୀ!! ସହରରେ ରହି ପାଠ ପଢୁଥାଏ!! କେବେ କେମିତି ଗାଆଁକୁ ଆସିଲେ ସହରୀ ଚଳଣୀ ଦେଖାଏ ବଡ ବଡ କଥା କହେ!! କିନ୍ତୁ ଗୋପାଳ ଗାଁରେ ରହି ପଢିଲା ଧୀର ସ୍ଥିର ନମ୍ର!! ଗୋପାଳର ବ୍ୟବହାର ଗୋବିନ୍ଦକୁ ଭଲ ଲାଗେନି ମାଆ ବି ଗୋପାଳ ଅପକ୍ଷା ଗୋବିନ୍ଦକୁ ବେଶି ଭଲ ପାଆନ୍ତି!! ଗୋବିନ୍ଦ କଣ ଖାଏ ତା ପସନ୍ଦରେ କରନ୍ତି !! ଗୋବିନ୍ଦର ଗୁରୁତ୍ୱ ସବୁବେଳେ ଥାଏ ଘରେ!! ଗୋପାଳ ଖାଇଲା ନଖାଇଲା କେହି ବୁଝନ୍ତିନି କି ଜାଣନ୍ତିନି!!

ସମୟ ଅନୁସାରେ ଗୋବିନ୍ଦ ଚାକିର୍ କଲା ସହରରେ !! ନିଜ ପସନ୍ଦରେ ବାହାହେଲା!! ବାପା ମାଆ ଖୁସିରେ ଗୋବିନ୍ଦର ପ୍ରସଂଶା କରୁଥାଆନ୍ତି!!

ଗୋପାଳକୁ ଦେଖେଇ କହୁଥାଆନ୍ତି ଗୋବାନ୍ଦ ଭଳି ହେଇ ପାରିବୁନି କୁଳାଙ୍ଗାର କୋଉଠିକାର!! ଗୋପାଳ ଶୁଣେ କିଛି କହେନି!! ଦିନେ ଗୋବିନ୍ଦ କହିଲା ସହରରେ ଗୋଟେ ବଡ କୋଠାଘର ବିକ୍ରୀ ହେଉଛି କିଣୀବ!! ତା ପାଖରେ ତ ଏତେ ପଇଶା ନାହିଁ କୋଉଠୁ ଆସିବ ଏତେଟଙ୍କା!! ତା ମାଆ କହିଲା ଯୋଗାଡ କରିହେବ ବେସ୍ତନହେଇ ଘର କିଣୀ!! ବାପା କହିଲେ ପଇଶା ଦେବେ!! କିନ୍ତୁ କେତେ ଟଙ୍କା ଦରକାର କେହି ବୁଝିଲେନି!! କାଗଜ ପତ୍ର ରେଡିଟଙ୍କା ଦେଲାବେଳେ ଜଣାପଡିଲା ପାଞ୍ଚକୋଟି ଦରକାର କଣ ଏବେ କରାଯିବ ବାଧ୍ୟହେଇ ଗାଆଁରେ ଥିବା ସବୁ ଘରବାଡି ବ୍ୟାଙ୍କ୍ ରେ ବନ୍ଧାଦେଇ ପାଞ୍ଚ କୋଟିରେ ନୂଆଘର କିଣାଗଲା!! ବୋହୁ ନାଆଁରେ!! ଧୂମ୍ ଧାମ୍ ରେ ଗୃହ ପ୍ରବେଶ କଲେ ସମସ୍ତେ!! ଗୋପାଳକୁ ଡକା ଗଲାନି!! କିଛିଦିନ ପରେ ଗୋବିନ୍ଦ ବାପା ମାଆଙ୍କୁ ଆଣି ଗାଆଁରେ ଛାଡିଦେଇ ଗଲା!! ଧୀରେ ଧୀରେ ପରିବାରଠୁ ଦୂରେଇ ଗଲା!! ବ୍ୟାଙ୍କ କସ୍ତି ଟଙ୍କା ଭରଣା ନହେବାରୁ ଘର ନିଲାମ ହେବା ଦିନ ଧାର୍ଯ୍ୟ ହୋଇଗଲା!! ଯେତେ ଫୋନ୍ କଲେ ବି ଗୋବିନ୍ଦ ଆଉ ଫୋନ୍ ରିସିଭ୍ କଲାନି!! ଘର ନିଲାମ ହୋଆଗଲା!! ଗୋପାଳ ବାପା ମାଆ ଦୁଇଜଣଙ୍କୁ ନେଇ ସହରରେ ଗୋଟେ ଛୋଟ ଭଡାଘରେ ରଖି କାମ କରି ଯାହା ରୋଜଗାର କରେ ଚଳନ୍ତି!! ବାପା ମାଆ ଏବେ ପୂରୁଣା ପାଠର ଆଲୋଚନା କରୁଛନ୍ତି!! ଆଖିଥାଇ ଅନ୍ଧ ହୋଇ ନିଜକୁ ଅନୁତାପ ନିଆଁରେ ଜାଳିବା ଛଡା ଅନ୍ୟ ଉପାୟ ନାହିଁ ସେମାନଙ୍କ ପାଖରେ

  

 ଆଖିଥାଇ ଅନ୍ଧ ଆଜିରମଣିଷ
      ଭଲ ମନ୍ଦ ବୁଝୁନାହିଁ
ଭୂଲ୍ ପରେଭୂଲ୍ କରିସାରିଶେଷେ
         ଅନୁତାପେ ଜଳୁଥାଇ

 

ନିରୁପମା ପାଣି

ଚାନ୍ଦବାଲି

Related posts

ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା..ସହର ଉତ୍ସବ ମୁଖର

Sunil Chandra Nayak

ଏସୟୁଜେ ସହ ଜାନ ଅନୁବନ୍ଧିତ ‘ସାମ୍ବାଦିକଙ୍କୁ ଜୀବନ ସାରା ମାସିକ ୫ ହଜାର ଟଙ୍କା ଭତ୍ତା ଦିଅ’

Sunil Chandra Nayak

ଚୋରି ମାମଲାରେ ତିନି ଗିରଫ, କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!