ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା – ଆଖି

ଆଖି

 

ଯାହା ମୁଁ ଦେଖୁଛି ଏଠି  

            ନିଜର ଆଖିରେ

କାହିଁକି ଦିଶେନି ପ୍ରଭୁ 

          ତୁମରି ଆଖିରେ 

ଚକା ଚକା ଆଖି ବୋଲି              

          ଦିଶେ ନାହିଁ ଥରେ

ଯାହା ମୁଁ ଦେଖୁଛି ଏଠି…………..୧

 

ଛୋଟ ଛୋଟ ଆଖି ମୋର 

           ଅନ୍ୟାୟ ଦେଖୁଛି

ଅଧର୍ମ ପ୍ରହାର କେତେ                 

           ନିତି ଯେ ସହୁଛି

କେମିତି ସହିବି ପ୍ରଭୁ

       କୁହ ତୁମେ ଥରେ

ଯାହା ମୁଁ ଦେଖୁଛି ଏଠି…………..୨

 

ଆଖିଥାଇ ତୁମେ ଯଦି 

             ନ ଦେଖି ପାରୁଛ

କହିବନି କାହାରିକୁ

      କଥା କି ଦେଇଛ?

ତୁମ ଦୁଃଖ ସହି ସହି 

          ନିତି ଏଠି ମରେ

ଯାହା ମୁଁ ଦେଖୁଛି ଏଠି  

            ନିଜର ଆଖିରେ………୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ନବ ନିଯୁକ୍ତ ଯୁବ ବିଜେଡି ସଭାପତି ଓ ସମ୍ପାଦକ ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକ ବି ଜେ ଡି ର ସମ୍ବର୍ଦ୍ଧନା

Sunil Chandra Nayak

କବିତା – ମା ଲୋ ସମଲେଶ୍ଵରୀ

Sunil Chandra Nayak

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!