ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା – ଆଖି

ଆଖି

 

ଯାହା ମୁଁ ଦେଖୁଛି ଏଠି  

            ନିଜର ଆଖିରେ

କାହିଁକି ଦିଶେନି ପ୍ରଭୁ 

          ତୁମରି ଆଖିରେ 

ଚକା ଚକା ଆଖି ବୋଲି              

          ଦିଶେ ନାହିଁ ଥରେ

ଯାହା ମୁଁ ଦେଖୁଛି ଏଠି…………..୧

 

ଛୋଟ ଛୋଟ ଆଖି ମୋର 

           ଅନ୍ୟାୟ ଦେଖୁଛି

ଅଧର୍ମ ପ୍ରହାର କେତେ                 

           ନିତି ଯେ ସହୁଛି

କେମିତି ସହିବି ପ୍ରଭୁ

       କୁହ ତୁମେ ଥରେ

ଯାହା ମୁଁ ଦେଖୁଛି ଏଠି…………..୨

 

ଆଖିଥାଇ ତୁମେ ଯଦି 

             ନ ଦେଖି ପାରୁଛ

କହିବନି କାହାରିକୁ

      କଥା କି ଦେଇଛ?

ତୁମ ଦୁଃଖ ସହି ସହି 

          ନିତି ଏଠି ମରେ

ଯାହା ମୁଁ ଦେଖୁଛି ଏଠି  

            ନିଜର ଆଖିରେ………୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନବ ଯୌବନ ଦର୍ଶନରେ ଚକା ନୟନ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ଅଜା ବୁଢ଼ାର୍‌ ଭୂଗୋଲ୍‌ ଜ୍ଞାନ୍‌

Sunil Chandra Nayak

Leave a Comment

error: Content is protected !!