ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତି ନାରାୟଣ ରାଉତ ଙ୍କ କବିତା – ଉତ୍ତମ

ଉତ୍ତମ

ଉତ୍ତମ କାମନା ଉତ୍ତମ ଭାବନା

         ଉତ୍ତମ ଯାର ଚିନ୍ତନ

ଜଗତେ ଶ୍ରେଷ୍ଠ ସେ ତେଷେ ସବୁପ୍ରାଣ

          ଲଭଇ ଉଚ୍ଚ ଆସନ ॥

ଉତ୍ତମ କହିବା ଦେଖିବା ଶୁଣିବା

            ଭଲଗୁଣ ନିରବତା

ଗାନ୍ଧୀ ମହାତମା ତିନି ମାଙ୍କଡ଼ଙ୍କ

          ମାଧ୍ଯମେ ଦେଲେ ବାରତା ॥

କହିବା ଠାରୁଟି କରେଯେ ଉତ୍ତମେ

         କର୍ମ ବୀର ସେଇ ଅଟେ

ଅକର୍ମା ଅଧମ ହୁଏନି ଉତ୍ତମ

        ଜୀବନର ଚଲା ବାଟେ ॥

ଉତ୍ତମ ସଂସ୍କାର ନାହିଁ ଯାହା ଠାରେ

          ବିପଥର ହୁଏ ଯାତ୍ରୀ

ସାଧୁ ସଙ୍ଗ ନାହିଁ ଜୀବନେ ଯାହାର

           ସାଥି ତାର କାଳରାତ୍ରୀ ॥

ସାତ୍ତ୍ଵିକ ଭୋଜନେ ଇଶ୍ଵର ଚିନ୍ତନେ

           ଇନ୍ଦ୍ରିୟ ଦମନ ହୁଏ

ସଂସାର ଯାତ୍ରାରେ ଉତ୍ତମ ପଥରେ

        ମାନବକୁ ସିଏ ନିଏ ॥

ରତିନାରାୟଣ ରାଉତ ।

ହରିଚନ୍ଦନପୁର , କେନ୍ଦୁଝର, ଓଡ଼ିଶା

 

 

Related posts

ମମତା ସାହୁ ଙ୍କ କବିତା ସୁନୀଲ ଆକାଶେ ଦୁଃଖର ଛାଇ 

Sunil Chandra Nayak

ଚୁଡାନ୍ତ ତାଲିକା ପ୍ରକାଶ ପାଇଲା ପରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୪ ବର୍ଷ ତଳ ବର୍ଗରେ ରାଇରଙ୍ଗପୁରର ବଦ୍ରିପ୍ରସାଦ୨ୟ ଓ ମନିଷ ୪ର୍ଥ

Sunil Chandra Nayak

Leave a Comment

error: Content is protected !!