ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ରଞ୍ଜନ ପ୍ରଧାନ ଙ୍କ କବିତା – ଜୀବନ

ଜୀବନ

 

ଏଇତ ଜୀବନ ହସ ଓ ଲୁହର

ଚାଲେ ଲୁଚକାଳି ଖେଳ,

ମୋହ ମାୟା ଏହି ଜୀବନ ଯନ୍ତ୍ରଣା ମିଛଟାରେ କଲବଲ।

 

କେବେ ସେ ମିଶାଣ କେବେ ସେ ଫେଡାଣ

ଜୀବନର ହରିହାଟ,

ଗୁଣନ ହରଣ ଗଣିତ କଷାରେ

ଜୀବନର ଚାଲେ,

ନାଟ।

 

ପାଞ୍ଚମନ ଆଉ ପଚିଶ ପ୍ରକୃତି ଜୀବନର ମୂଳ ମନ୍ତ୍ର,

ଏନ୍ତୁଳି ନିଆଁ ରୁ ଜୀବନ ଆରମ୍ଭ

ମଶାଣି ନିଆଁ ରେ,

ଶେଷ।

 

ଅଣୁ ପରମାଣୁ କୋଷ ବିଭାଜନ

ଜୀବନ ପ୍ରକ୍ରିୟା ଏହି

ଜଳରୁ ଜୀବନ ସୃଷ୍ଟି ହୋଇଅଛି

କରିଛନ୍ତି ଭାବଗ୍ରାହୀ।

 

ଜୀବନ ର ଗତି କେବେ ବୃତ୍ତାକାର କେବେ ସେ ସରଳରେଖା

କପାଳେ ଆୟୁଷ ବିଧାତା ଲେଖିଛି ସେ ଅଟେ ଭାଗ୍ୟ ବିଧାତା।

 

ଜୀବନ ଅଟଇ ସ୍ବଚ୍ଛ ମୁକୁର ସବୁତ ପ୍ରତିଫଳିତ

ଛାୟା ପ୍ରଛାୟା ର ଖରା ଛାଇ ଖେଳ

ଚାଲିଅଛି,

ଅବିରତ।

 

କାନ୍ଦରୁ ଜୀବନ ଆରମ୍ଭ ହୁଅଇ

କାନ୍ଦରେ ହୁଅଇ,

ଶେଷ

ଜୀବନ ସଉଦା କାନ୍ଦରେ

ସରଇ,

ହରି ନାମ ଗୋଟି ସତ୍ୟ।

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପକ୍ଷରୁ ଖଡ଼ିଆଳ ଏନଏସି ଚେରମେନ ଙ୍କୁ ସ୍ୱାଗତ

Sunil Chandra Nayak

ଧୁଳିଗୁଣ୍ଡ ରେ ଅତିଷ୍ଠ କିକିଆ ଗ୍ରାମବାସୀ

ଭିଜିଲାନ୍ସ ଜାଲରେ କୋମନା ବନ ବିଭାଗ ଫରେଷ୍ଟର

Sunil Chandra Nayak

Leave a Comment

error: Content is protected !!