ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଏତ ବିପରୀତ ବାଣୀ

 ଏତ ବିପରୀତ ବାଣୀ

         

           ଅପର୍ତ୍ତି ସେଠୀ

          (ରମ୍ୟ ରଚନା)
ବେଳ ଯା ହେଲାଣି କିଛି ଲାଭ ନାହିଁ  
        ଡାଲିରୁ‌ ବାଛିଲେ ଗୋଡ଼ି,
ବରଂ ଗୋଡିରୁ ବାଛ ଭାଇ ଡାଲି
        ରେଜଲ୍ଟ ମିଳିବ ବୋଲି।
ମେଡ଼ିସିନ ଛାଡ଼ି ଶାଳୀ ସହିତରେ
       ଯେବେ ଭାଇ କଥା ହେବ,
ବ୍ଲଡ୍‌ପ୍ରେସରଟା‌ ହାଇ ରହିଥିଲେ
         ନିଶ୍ଚେ ଲୋ ହୋଇଯିବ।
ଯଦି ଲୋ ଥିବ ବ୍ଲଡ୍‌ପ୍ରେସରଟା
         ସ୍ତ୍ରୀ ସହିତରେ ଗପ,
ନିଶ୍ଚୟ ମୁଣ୍ଡକୁ ଉଠିଯିବ‌ ଆଜ୍ଞା
         ଆପଣଙ୍କ ରକ୍ତ ଚାପ।
ଡଜନେ‌ ଅଛନ୍ତି ଯଦି ଗାର୍ଲଫ୍ରେଣ୍ଡ
         ହାର୍ଟ ରୋଗ ପଳେଇବ,
ଦୂରେଇବ ଯଦି ମାନସିକ ରୋଗ
         ମଦ ସହ କର ଭାବ।
ପ୍ରେମ କରିବାକୁ ଇଚ୍ଛା ହେଲେ ଭାଇ
         ଏକାମ୍ର କାନନ ଯାଅ,
ଦେଖି ସ୍ଵିଟ କିସ୍ ଧନ୍ୟ କର ଆଖି
         ଡାଇବେଟିସ୍ ହଟାଅ। 
କମେଇବ ଯଦି ବୟସକୁ ଭାଇ
         ବରମୁଣ୍ଡା ପିନ୍ଧି ବୁଲ‌,
ଡେଲି ଡେଲି ନିଶ ଦାଢ଼ି ଚାଞ୍ଛୁଥିବ‌
         କଲର କରିବ ଚୂଳ।
ଗ୍ୟାସ୍ ଡିଜିଜ୍ ଅଛି ତୁମ ଯଦି
         ଚାଟ୍ ତେଲଭାଜି ଖାଅ,
ମାଗି ଖିଆ ଖାଦ୍ୟ ଖାଇବାକୁ ହେଲେ
         ବର୍ଫି‌ ସିଷ୍ଟମକୁ ଯାଅ।
କୋଠା ବାଡେଇବ ରାତାରାତି ଯଦି
         କର ଭାଇ ରାଜନୀତି,
ନିଶ୍ଚୟ ସଂସାର ହୋଇବ ଉଜ୍ଜ୍ୱଳ 
         କଲେ ପରକୀୟା ପ୍ରୀତି।
ଘରଣୀର ଖୁସି ଚାହଁ ଭାଇ ଯଦି 
         ତେଲ ନିତି ମାରୁଥିବ,
ହେଉପଛେ କାଳି ସେ ହେମାମାଳିନୀ
         ସଦା ତାକୁ କହୁଥିବ।
ହୁକୁମ ବାବାଙ୍କ ପାଖେ ଗଲେ ଭାଇ
         ଭାଗ୍ୟଟା ବଦଳି ଯିବ,
ବିନା କାର୍ଯ୍ୟେ ଯଦି ଟଙ୍କା କମେଇବ
         ଏଟିଏମ୍ ତାଡୁଥିବ।
ପର ତଣ୍ଟି ଚିପି ପାରୁଥିଲେ ଏଠି
          ଆଗକୁ ନିଶ୍ଚୟ ଯିବ,
ଯଦି କମେଇବ ଦୁନିଆରେ ନାଆଁ
          ଡାହା‌ ମିଛ କହୁଥିବ।
ଫେସ୍ ବୁକ୍ ନଗ୍ନ ଚିତ୍ର ଦେଖ ଭାଇ
          ଭଲ ସଂସ୍କାର ଶିଖିବ,
ଖଣ୍ଡି‌ ଇଂରାଜୀରେ କଥା ହୁଅ ଭାଇ
          ଓଡ଼ିଆ ମାନ ରହିବ।
ପ୍ରେଷ୍ଟିଜ ରହିବ ବାପା ମାଆଙ୍କୁ ହେ
         ଡାଡି ମମି ଡାକୁଥିବ,
ଗୁରୁଙ୍କୁ କମେଟ୍ ମାରି ଜାଣିଥିଲେ
         ନିଶ୍ଚୟ ଭଲ ପଢିବ‌।
ବୃଦ୍ଧ ଅବସ୍ଥାରେ ବାପା ମାଆଙ୍କୁ ହେ
         ଜରାଶ୍ରମେ ଛାଡିଦିଅ,
ପିତୃଭକ୍ତ ରାମଚନ୍ଦ୍ର ବୋଲି ତୁମେ
          ଅନ୍ଯ ପାଖେ କହୁଥାଅ।
ଘରଣୀକୁ ଯଦି ଖୁସିରେ ରଖିବ 
          ତେଲ ନିତି ମାରୁଥାଅ,
ହେଉପଛେ କାଳି ସେହେମାମାଳିନୀ
         ସବୁବେଳେ ତାକୁ କୁହ।
ହଜାରେ ମୁଣ୍ଡିଆ ପାଇବାକୁ ହେଲେ
          ଗେରୁଆ ବସ୍ତ୍ର ପିନ୍ଧିବ,
ପ୍ରବଚନ ଦେଇ ପ‌ଇସା କମେଇ
          ମଦ ମାଂସ ଖାଉଥିବ ।
ପଣ୍ଡିତ ଗଣରେ ଗଣା ହେବ ଯଦି 
          ନାହିଁଜ୍ଞାନ ଆବଶ୍ୟକ ,
ଛକ ବଜାରରେ ଯେତେ ପାର ପଢ
          ଅଶ୍ଳୀଳ ସଂସ୍କୃତ ଶ୍ଳୋକ।
ଭିକ ଦେବା ପରିବର୍ତ୍ତେ ଯଦି କାହା 
          ଥାଳ‌ ଭାଇ ଭାଙ୍ଗି ଦେବ,
ତେବେ ଯାଇସିନା ବଡ଼ ଦାନୀ ବୋଲି
          ନାଆଁ ତୁମ ବିକାଶିବ।
ନେଇ ଯାଣିଥିଲେ ନେତା ହେବ ଭାଇ
         ଦାତାଙ୍କୁ ଯେତେ ଶୋଷିବ,
ବିପରୀତ ବାଣୀ କହୁଛି ଅପର୍ତ୍ତି
          ସୁଜନେ ହେତୁ କରିବ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା,

    

Related posts

ସରକାରୀ ଜମି ଜବର ଦଖଲ କୁ ନେଇ ବିବାଦ

Sunil Chandra Nayak

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!