ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାନ୍ତି ଦମ୍ପତି ପୁଣିଥରେ ସମିତି ସଭ୍ୟଭାବେ ନିର୍ବାଚିତ ହେବାସହ ଅଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ଦାବେଦାର୍, ଶିବିର ଚଳ ଚଞ୍ଚଳ

ରୁପ୍ରା, : ନର୍ଲା ବ୍ଲକରେ ଚଳିତ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଅନୁଷ୍ଠିତ ହୋଇଥିବା ମତଦାନ ଓ ଭୋଟ୍ ଗଣନା ନର୍ଲା ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ସହ ପ୍ରତିଦ୍ୱନ୍ଦିତା କରିଥିବା ସମସ୍ତ ପ୍ରାର୍ଥିଙ୍କ ଫଳାଫଳ ମଧ୍ୟ ଘୋଷଣା ହୋଇସାରିଛି । ବିଜୟୀ ଘୋଷିତ ହୋଇଥିବା ପ୍ରତିଦ୍ୱନ୍ଦୀ ମାନଙ୍କ ଶିବିର ଚଳଚଞ୍ଚଳ ଥିବାବେଳେ ପରାଜିତ ପ୍ରତିଦ୍ୱନ୍ଦୀ ମାନଙ୍କୁ ନିରାଶ ହେବାକୁ ପଡିଛି । ନର୍ଲାବ୍ଲକର ଅଧ୍ୟକ୍ଷା ଥିବା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଥିବା ଦୁର୍ଗାପ୍ରସାଦ ମହାନ୍ତି (ମୁନା) ଉଭୟ ପତିପତ୍ନୀ ପୁଣି ଚଳିତ ନିର୍ବାଚନରେ ସମିତି ସଦସ୍ୟ ଭାବରେ ନିର୍ବାଚିତ ହୋଇ ପୁଣିଥରେ ନର୍ଲାବ୍ଲକର ଅଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ଦାବେଦାର୍ ଥିବା ସହ ବ୍ଲକରେ ଦ୍ୱିଦୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନାଥାଉକି ନର୍ଲାବ୍ଲକର ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ବର୍ତ୍ତମାନର ଅଧ୍ୟକ୍ଷା ଥିବା ମନୋରମା ମହାନ୍ତି କର୍ମେଗାଁ ଗ୍ରାମ ପଞ୍ଚାୟତରେ ସମିତି ସଦସ୍ୟା ଭାବରେ ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥି ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଭାବରେ ଅଜିତ କରୁଆଁ ରହିଥିଲେ । ଚୂଡାନ୍ତ ଫଳାଫଳ ଘୋଷଣା ଅନୁଯାୟୀ ଶ୍ରୀମତି ମହାନ୍ତି ୧୦୬୭ ଭୋଟ୍ ପାଇଥିବା ବେଳେ ଶ୍ରୀ କରୁଆଁ ୯୯୬ ଭୋଟ୍ ପାଇ ୭୧ଟି ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ସେହିପରି ନର୍ଲାବ୍ଲକ ଅଧ୍ୟକ୍ଷା ଶ୍ରୀମତି ମହାନ୍ତିଙ୍କ ସ୍ୱାମୀ ତଥା ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନା) ତୁଲାପଡା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ନର୍ଲାବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ମହାନ୍ତି ଏଥର ମଧ୍ୟ ନିଜ ଲୋକପ୍ରିୟତାର ପ୍ରମାଣ ଦେଖାଇଛନ୍ତି । ଶ୍ରୀ ମହାନ୍ତି (ମୁନ୍ନା) ୧୯୨୩ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଥିବା ମନ୍ମୟ ଚାନ୍ଦ (ଜିତୁ) ୧୦୨୦ ଖଣ୍ଡ ଭୋଟ ପାଇଛନ୍ତି । ଶ୍ରୀ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମନ୍ମୟ ଚାନ୍ଦଙ୍କୁ ୯୦୩ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଉଭୟ ମହାନ୍ତି ଦମ୍ପତି ବିଜେଡି ଦଳର ହୋଇଥିବା ବେଳେ ନର୍ଲା ବ୍ଲକ୍ ପୁଣି ବିଜେଡି କବ୍ଜାକୁ ଯିବା ନିଶ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି ।

ଏହି ଅବସରରେ ଉପାଧ୍ୟକ୍ଷ ତଥା ନବ ନିର୍ବାଚିତ ତୁଳାପଡା ଗ୍ରାମ ପଞ୍ଚାୟତର ସମିତି ସଦସ୍ୟ ଶ୍ରୀ ମହାନ୍ତି ନିଜର ପ୍ରତିକ୍ରିୟାରେ କହିଛନ୍ତିଯେ ବ୍ଲକ୍ ଅଧିନ ୨୬ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ନବ ନିର୍ବାଚିତ ହୋଇଥିବା ୧୭ ଜଣ ସମିତି ସଭ୍ୟଙ୍କ ପୁର୍ଣ୍ଣ ସହଯୋଗ ତାଙ୍କପ୍ରତି ଅଛି ଓ ପୁଣିଥରେ ନର୍ଲାବ୍ଲକର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରମୁଖ ଦାବେଦାର୍ ଥିବା ପ୍ରକାଶ କରିଛନ୍ତି । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ରେଙ୍ଗାଳି କଲୋନୀ ଅଙ୍ଗନୱାଡି କେନ୍ଦ୍ର ରେ ମନମୁଖୀ ଶାସନ 

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ପଶ୍ଚିମ ଓଡ଼ିଶାର ନୂଆଖାଇ 

Sunil Chandra Nayak

କୁଲତା ଯୁବ ଶକ୍ତିର ସାଂଗଠନିକ ବୈଠକ

Sunil Chandra Nayak

Leave a Comment

error: Content is protected !!