ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣରେ କାନ୍ଦୁଲ ଡଙ୍ଗରି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର

ଗୋଳାମୁଣ୍ଡା/୨/୧୦/ମସିହା/ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ କାନ୍ଦୁଲ ଡଙ୍ଗରି ଗ୍ରାମର ଜୁଜେଷ୍ଟି ତେଜି ଭାଲୁ ଆକ୍ରମଣ ରେ ଗୁରୁତର ହୋଇ ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି.।   ସୂଚନା ଯେ ଗୋଲାମୁଣ୍ଡା ବ୍ଲକ କାନ୍ଦୁଲ ଡଙ୍ଗରି ଗାଁ ର ଯୁଜେଷ୍ଟି ତେଜି ଆଜି ନିକଟସ୍ଥ ଜଙ୍ଗଲ ରାସ୍ତା ଦେଇ ନିଜ ବିଳ କୁ ଯାଉଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡିଯାଇଥିଲେ ।.ଉତ୍ୟକ୍ତ ଭାଲୁ ଟି ଯୁଜେଷ୍ଟି ଙ୍କୁ କଚାଡି ଦେଇଥିଲା ଏବଂ ଯୁଜେଷ୍ଟି ଙ୍କ ମୁଣ୍ଡରେ, ଓ ଡାହାଣ ଜଙ୍ଘରେ , ଏବଂ ଦୁଇ ହାତକୁ ଆକ୍ରମଣ କରିଥିଲା.। ଗୁରୁତର ଯୁଜେଷ୍ଟି ଙ୍କୁ ପରିବାର ଲୋକେ ପ୍ରଥମେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଚିକିତ୍ସିତ କରିଥିବା ବେଳେ ଅଧିକ ଗୁରୁତର ଥିବାରୁ ଉପଖଣ୍ଡ ଡାକ୍ତରଖାନା ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀ ପାଟଣାକୁ କୁ ସ୍ଥାନାନ୍ତର କରାଯାଇଥିଲା।,ପ୍ରକାଶ ଥାଉକି ଗୋଳାମୁଣ୍ଡା ବ୍ଲକରେ ଅନେକ ଲୋକଙ୍କୁ ଭାଲୁ ଆକ୍ରମଣ କରିଛି ,ତେଣୁ ଜଙ୍ଗଲ ବିଭାଗ ପକ୍ଷରୁ ଉକ୍ତ ବ୍ୟକ୍ତି ଙ୍କୁ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ନିର୍ଭୟ ନିରପେକ୍ଷ ପ୍ରଗତିଶୀଳ ମସିହା,

Related posts

ମ.ରାମପୁର ରେ ସିପିଆଇ(ଏମ ଏଲ) ଲିବରେସନ ର ଜିଲ୍ଲା ସମ୍ମିଳନୀ

Sunil Chandra Nayak

ପ୍ରଥମ ବର୍ଷା ରେ ମାଟି ଧୋଇ ଖୋଲ କରିଦେଲା ବିଜୁ ଏକ୍ସପ୍ରେସ ୱେ

Sunil Chandra Nayak

ରାଇରଙ୍ଗପୁର – ଅଁଳାଡୁବାରେ ଅଜଣା କାର ଧକ୍କାରେ ବାଇକ ଚାଳକ ଗୁରୁତର; ଅଗ୍ନିଶମ ବିଭାଗ ଦ୍ବାରା ଉଦ୍ଧାର

Leave a Comment

error: Content is protected !!