ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜେଇ  ଚୋରାଚାଲାଣ ବେଳେ କେସିଙ୍ଗା ପୋଲିସ୍ ଦ୍ୱାରା ଧରପଗଡ ୪ ଗିରଫ

ବୋଲେରୋ ଗାଡ଼ି ସହ ୩୯ କେଜିରୁ ଅଧିକ ଗଞ୍ଜେଇ ଜବତ

 କେସିଙ୍ଗା – ଏକ ବୋଲଲେରୋ ଗାଡିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ କେସିଙ୍ଗା ଆଦର୍ଶ ଥାନା ପୋଲିସ ଧରପଗଡ କରି ୩୯ କେଜି ୯୬୬ ଗ୍ରାମ ଓଜନ ଗଞ୍ଜେଇ ଜବତ କରିଛି । ପୁଲିସ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ବୋଲେରୋ ଗାଡ଼ି କୁ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ ୪ ଜଣକୁ ଗିରଫ କରିଛି ।

ଗିରଫ ୪ ଅଭିଯୁକ୍ତମାନେ ସମସ୍ତେ ବିହାର ରାଜ୍ୟର ବାସିନ୍ଦା ବୋଲି ଜଣାପଡିଛି । ସେମାନେ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ହସପୁର ଥାନା ଶଙ୍କରପୁର ଗ୍ରାମର ପ୍ରେମ କୁମାର (୨୪),ସଞ୍ଜିତ କୁମାର ଓରଫ୍ ଭୋଲା (୨୦), ଭରୁଣ ଥାନା ରକସାନି ଗ୍ରାମର ମୁକେଶ କୁମାର (୨୮) ଓ ଆରଓ୍ବାଲ ଜିଲ୍ଲା କାରପି ଥାନା ବାସନବିଘା ଗ୍ରାମର ରାନ୍ଧିର କୁମର (୩୩) ବୋଲି ପୁଲିସ ପ୍ରକାଶ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ସିମିଳିଗୁଡା ଅଞ୍ଚଳ ରୁ  ଜେଏଚ୍ ୦୧ ଆର୍ ୭୧୧୮ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡ଼ି ରେ ବିହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ, କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ପୋଲିସ୍ ଉକ୍ତ ବୋଲେରୋ ଗାଡ଼ି କୁ ଜାତୀୟ ରାଜପଥ ୨୬ରେ ତହସିର ଗାଁ ନିକଟରେ ଅଟକାଇ ଯାଞ୍ଚ କରିଥିଲା । ପୋଲିସର ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ଗଞ୍ଜେଇ ରହିଥିବା ନେଇ ଜଣାପଡିଥିଲା । ମାଜିଷ୍ଟ୍ରେଟ ଭାବରେ କେସିଙ୍ଗା ଅତିରିକ୍ତ ତହସିଲଦାର ରୁଦ୍ରମଣି ନାଏକ ଙ୍କ ଉପସ୍ଥିତିରେ ବୋଲେରୋ ଗାଡ଼ିର ଚେମ୍ବର ଭିତରୁ 39..966 କେଜି ଗଞ୍ଜେଇ ବାହାର କରାଯାଇଥିଲା । କେସିଙ୍ଗା ପୋଲିସ୍ ଉକ୍ତ ଗଞ୍ଜେଇ ଓ ବୋଲେରୋ ଗାଡ଼ି କୁ ଜବତ କରି ଏକ ମାମଲା ରୁଜୁ କରିଥିବା ବେଳେ ୪ ଜଣକୁ ଗିରଫ କରିଛି । ଏ ନେଇ ଆହୁରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ସତ୍ୟ କୁମାର ନନ୍ଦ ସୂଚନା ଦେଇଛନ୍ତି ।

ଏଲ. କୋଟେଶ୍ୱର ନାଇଡୁ ଙ୍କ ରିପୋର୍ଟ

 

Related posts

ଗୋତୋମୁଣ୍ଡାରେ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଣ୍ଡପାଟ ଦଶରା ଉଦଯାପିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

ପ୍ରାଚୀର ପତ୍ରିକା ଶ୍ରାବଣୀ ର ତ୍ରୟବିଂଶତମ ସ୍ଵନକ୍ଷତ୍ର ଉତ୍ସବ , ରାମକୃଷ୍ଣ ହାଇସ୍କୁଲ ରେ ଗଙ୍ଗାଧର ମେହେର ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!