ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶୁଭ ଉଦଘାଟିତ

ନୂଆପଡା ଜିଲ୍ଲା ରେ ଶୁଭାରମ୍ଭ ହୋଇଅଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଏହି ସେବା ରେ କଟକ ବଡ଼ ମେଡ଼ିକାଲ ଏବଂ ବୀର ସୁରେନ୍ଦ୍ର ସାଏ ମେଡିକାଳରୁ ୭ ଜଣ ବିଶେଷଜ୍ଞ ଡାକ୍ତରୀ ଦଳ ଆଜି ସ୍ଵତନ୍ତ୍ର ପ୍ଲେନ ରେ ଆସୀ ନୂଆପଡା ଗୌତମା ଏୟାର ଷ୍ଟ୍ରିପ ଠାରେ ଅଵତାରଣ କରିଛନ୍ତି। ସେଠାରୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ନୂଆପଡା ଠାରେ ଚାରି ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରିବା ଯୋଜନା ରହିଅଛି। ସେହିପରି ସେମାନେ ରୋଗୀ ପରୀକ୍ଷା କରିବେ। ଆଜି ଦିନ ତମାମ ବିଭିନ୍ନ ପରୀକ୍ଷା ଏବଂ ଚିକିତ୍ସା କରିବା ସହ ଆସନ୍ତା କାଲି ସ୍ଵତନ୍ତ୍ର ପ୍ଲେନ ରେ ପ୍ରତ୍ୟାବର୍ତ୍ତନ କରିବେ। ପ୍ରତ୍ୟେକ ମାସ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କାର୍ଯ୍ୟ କରିବ। ଏଣିକି ଦ୍ବାର ମୁହଁରେ ମାଗଣା ଅସ୍ତ୍ରୋପଚାର ହେବା ସହ ରୋଗୀମାନେ ନିଜ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ମାଗଣା ସେବା ପାଇପାରିବେ। ଆରମ୍ଭ ହୋଇ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ବିଶେଷଜ୍ଞ ଡାକ୍ତର ବାୟୁପଥ ରେ ଆସି ଚିକିତ୍ସା ସେବା ପ୍ରଦାନ କରିବେ। ଉଦଘ।ଟନ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲାପାଳ ସ୍ବାଧା ଦେବ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧାରୀ ଶୋଭାରାଣୀ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଯୋଗ ଦେଇଥିଲେ। ସମେତ ୮ ଜଣ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବିଜେଡ଼ିର ଜୋନସ୍ତରୀୟ ନୂଆଖାଇ ଭେଟଘାଟ୍‌

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଯାଦବ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, 36 ୟୁନିଟ ରକ୍ତ ସଂଗୃହିତ 

Sunil Chandra Nayak

Leave a Comment

error: Content is protected !!