ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ 

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଙ୍କ ସଭପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ଆବାହକତ୍ବ ଓ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡଃ ନଗେନ ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ‘ ଓଡିଆ କବିତାରେ ପ୍ରଗତିଶୀଳ ଚିନ୍ତନ ‘ସଂପର୍କରେ ଆଲୋଚନା କରିଥିଲେ। ଡଃ ଦାସ କହିଲେ ଯେ ସାହିତ୍ୟ ଯଦି ପ୍ରଗତିଶୀଳ ଚିନ୍ତନକୁ ପ୍ରକାଶ ନ କରେ ତେବେ ସେ ସାହିତ୍ୟ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇ ପାରିବ ନାହିଁ। ଶିଶୁ ଯେପରି ନିଜ ସ୍ବରୂପ କବିତା ବା ଗଳ୍ପରେ ପାଇଲେ ସେ ଯେପରି ପଡିବାକୁ ଆଗ୍ରହ ପ୍ରକାଶ କରେ, ସେହିପରି ପ୍ରଗତିଶୀଳ ଚିନ୍ତନ କବିତା ବା ସାହିତ୍ୟରେ ରହିଲେ ପାଠକୀୟ ଆଦୃତି ଲାଭ କରେ। ଏହି ଅବସରରେ ଗୌତମ ଦାସ ଗଳ୍ପ ପାଠ କରିଥିବାବେଳେ ଗାଳ୍ପିକ କାଶୀନାଥ ନନ୍ଦୀ ଗଳ୍ପଟିକୁ ସମୀକ୍ଷା କରିଥିଲେ। ସେହିପରି କବିତା ପାଠୋତ୍ସବରେ ଉର୍ବଶୀ ଦାଶ ପତି, ବିଜୟିନୀ ଜେନା,ସ୍ମିତା ମିଶ୍ର,ଅର୍ଚ୍ଚନା ପାତ୍ର,ବିଜୟ କୁମାର ସାହୁ,ତ୍ରିନାଥ ସିଂହ, ଉପେନ୍ଦ୍ର ବସ୍ତିଆ ପ୍ରମୁଖ କବିତା ପାଠ କରିଥିବାବେଳେ କବିତା ଗୁଡିକୁ ସମୀକ୍ଷା କରିଥିଲେ କବି ଅଶୋକ କୁମାର ପଟ୍ଟନାୟକ। ପ୍ରାରମ୍ଭରେ ସଭାପତି ଶ୍ରୀ ବେହେରା ସଭାପତିତ୍ବ ଅଭିଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଯୁଗ୍ମ ସଂପାଦକ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଃ ସୁବାସ ଚନ୍ଦ୍ର ଲେଙ୍କା,ଶରତ ଚନ୍ଦ୍ର ରାଉତ,ଦୀପ୍ତିଲତା ବେହେରା,ସୁଶାନ୍ତ କୁମାର ନାୟକ,ରବିନ୍ଦ୍ର ଠାକୁର,ସ୍ବର୍ଣ୍ଣଲତା ଘଡେଇ,ପ୍ରିୟା ପାତ୍ର,ନିରୁପମା ଚାନ୍ଦ,ରାଜୀବ ପାଣି,ସୁନିଲ୍ ମହାନ୍ତି, କୁଳମଣି ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମଦୁଆ ଓ ଜୁଆଡି ଙ୍କ ଆଡ୍ଡା ପାଲଟିଛି ବିଦ୍ୟାପୀଠ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଃଖ

Sunil Chandra Nayak

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

Leave a Comment

error: Content is protected !!