ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଅଂଶୁ ଘାତରେ ମୃତ୍ୟୁ ବରଣ କଲେ ଟ୍ରକ ହେଲପର

ବାଲେଶ୍ବର,୧୦/୬/୨୨- ପ୍ରବଳ ଗୁଳୁଗୁଳି ଓ ଗରମରେ ରାଜ୍ୟବାସୀ ଅସ୍ତବ୍ୟସ୍ତ । ସ୍ଥାନେ ସ୍ଥାନେ ଗରମ ଓ ଗୁଳୁଗୁଳିର ପରିମାଣ ଜନସାଧାରଣଙ୍କ ମୃତ୍ୟୁର କାରଣ ପାଲଟିଛି । ଦୈନଦିନ କେଉଁଠି ନା କେଉଁଠି ଲୋକଙ୍କ ପ୍ରାଣହାନୀ ଘଟୁଥିବାର ନଜରକୁ ଆସୁଛି । ଏହି ପରିପ୍ରେକ୍ଷୀରେ ପ୍ରବଳ ଗରମ ଓ ଗୁଳୁଗୁଳି ସହ୍ଯ କରିନପାରି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ଜଣେ ଯୁବକର ଗତକାଲି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ମୃତ୍ୟୁହେବା ଏ ଅଞ୍ଚଳକୁ ସ୍ତମ୍ଭିଭୂତ କରିଦେଇଛି । ଖବର ସଂଗ୍ରହରୁ ଜଣାପଡିଛି ଯେ, ଖଇରା ତହସିଲ ଖଇରା ଆର ଆଇ ଅଧିନ ଆଳଦା ଗ୍ରାମର ଦୈତାରି ବେହେରା ଜଣେ ଗରିବ ଦୀନମଜୁରିଆ ଶ୍ରେଣୀର ସାଧାରଣ ଲୋକ ଅଟେ । ପରଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରେ ଦୈତାରି । ତାଙ୍କର ଏକମାତ୍ର ରାଜଗାରିଆ ପୁତ୍ର ଗୌତମ ବେହେରା(୩୯) ପରିବାର ପ୍ରତିପୋଷଣ ପାଇଁ ଟ୍ରକରେ ହେଲପର କାମ କରେ । ଗତକାଲି ତା ୦୯/୬/୨୨ ରିଖ ଗୁରୁବାର ତାଳଚେରରୁ ଗାଡି ଲୋଡ୍ କରି ଫେରୁଥିବା ବେଳେ ସୁକିନ୍ଦା ନିକଟରେ ଗରମ ସହ୍ୟ କରିନପାରି ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ଡ୍ରାଇଭର ସଙ୍ଗେ ସଙ୍ଗେ ରାସ୍ତା କଡରେ ଗାଡି ଛିଡା କରି ସାଥିରେ ଥିବା ଅନ୍ୟ ଗାଡି ଡ୍ରାଇଭର ଓ ହେଲପର ମାନଙ୍କ ସାହାଯ୍ୟ ଲୋଡିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ମଧ୍ୟ ଘଟଣା ସ୍ଥଳକୁ ଦୈଡି ଆସିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭର ଓ ହେଲପର ମିଳିମିଶି ଚିକିତ୍ସା ପାଇଁ ନିକଟସ୍ଥ ସୁକିନ୍ଦା ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିଲେ ବି ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । ଶବ ବ୍ଯବଛେଦ ପରେ ଆଜି ତା ୧୦/୬/୨୨ ରିଖ ଶୁକ୍ରବାର ଅପରାହ୍ନରେ ମୃତଦେହ ଜନ୍ମମାଟି ଆଳଦା ଗ୍ରାମରେ ପହଞ୍ଚିଛି । ଶବ ବ୍ଯବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପରିବାର ଓ ସମ୍ପୃକ୍ତ ଅଞ୍ଚଳବାସୀ ଆଶା କରିଛନ୍ତି । ସ୍ବର୍ଗତ ଗୌତମ ବେହେରାଙ୍କର ବିଧବା ପତ୍ନୀ ସମେତ ୨ ଝିଅ ଓ ୧ ପୁଅ ଅଛନ୍ତି । ମୃତଦେହ ପହଞ୍ଚିବା ଖବରପାଇ ସାହିପଡିଶା, ଗ୍ରାମବାସୀ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ଅଞ୍ଚଳବାସୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ବନା ଦେଇଥିଲେ । ସରଳ, ନିରୀହ, ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଆମେ ଓଡ଼ିଆ

ଝୁଲେନବର ଗ୍ରାମରେ ଘଟିଛି ଅଭାବନୀୟ ଘଟଣ। , ଛୁଆ ଙ୍କ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ମାଡ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରକୃତି ରାଣୀ

Leave a Comment

error: Content is protected !!