ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା କୃଷ୍ଣଙ୍କ ଗୁରୁ ଭକ୍ତି

      କୃଷ୍ଣଙ୍କ ଗୁରୁ ଭକ୍ତି

      ଉମାକାନ୍ତ ଦାସ

ବହୁ ଗୁଣି ଜ୍ଞାନୀ ଗୁରୁ ସାନ୍ଦିପନୀ
      ବିଦ୍ଯାର ସେ ଗନ୍ତାଘର,
ଯଶୋଦା କୁମର ପ୍ରଭୁ ଗିରିଧର
     କଲେ ତାଙ୍କୁ ଗୁରୁବର ।।
ପ୍ରଭୁ ମାୟାଧର ବିଦ୍ଯାର ସାଗର
      ସିଏ ହେଲେ ତାଙ୍କ ଛାତ୍ର,
ମାନବୀୟ ଗୁଣ କରିଲେ ବଣ୍ଟନ
     ସମାଜ କଲ୍ଯାଣେ ମାତ୍ର ।।
ଗୁରୁଙ୍କ ବଚନ କଲେ ଅନୁଧ୍ୟାନ
      ନିଜେ ଯିଏ ତିନି ପୁର
ସର୍ବ ଘଟେ ଯାର ହୋଇ ଥାଏ ବାସ
      ରହି ଥାନ୍ତି ନିରନ୍ତର ।।
ଗୁରୁଙ୍କ ସନ୍ତୋଷେ ଦକ୍ଷିଣା ନିମନ୍ତେ
     ଦେଇ ଦେଲେ ନିଜ ପୁତ୍ର
ଜ୍ଞାନ ନିକିତିରେ ଧନ ଦାରା ସୁତ
     ମଣିଲେନି କିଛି ମାତ୍ର ।।        
ସ୍ବୟଂ ଭଗବାନ କଲେ ସଚେତନ
          ଗୁରୁ ଭକ୍ତିରେ ତାଙ୍କର,
ଦେଖ ଶିଖ ନର ପଥ ମୁକତିର
        ଅଟେ ଗୁରୁଙ୍କ ପୟର ।।
ଏ ସମୟେ ଆଜି ହେଉଛି ଓଲଟା

          ଗୁରୁଙ୍କର ଛାତ୍ରେ ଡ଼ର

ରହି ନାହିଁ ଏବେ ସେ ଭକ୍ତି ଭାବନା
          ଗୁରୁଙ୍କୁ ମଣନ୍ତି ଛାର ।।
ଲାଲବାଗ , ଖାନନଗର ମଙ୍ଗଳ ପୁର, ଯାଜପୁର 

Related posts

ବ୍ଲକ୍ ଅଧ୍ୟକ୍ଷା ଆଡ୍ ମୁଁହ ରେ ଚାଲିଗଲେ- ବିଧବା ଙ୍କୁ ସାହାଯ୍ୟ ର ହାତ ବଢାଇଲେ ପୂର୍ବତନ ସରପଞ୍ଚ 

Sunil Chandra Nayak

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

Sunil Chandra Nayak

ମ୍ୟୁଜିକ୍ ଭିଡିଓ ‘ନା ତାର ଦେଇଦେବା ପ୍ରେମ’

Sunil Chandra Nayak

Leave a Comment

error: Content is protected !!