ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସ୍ଵାମୀ ଶ୍ୟାମ ଚରଣ ମୁର୍ମୁ ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ

   ମୟୂରଭଞ୍ଜ ୩/୮/୨୨(ମସିହା) ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଵାମୀ ଶ୍ୟାମ ଚରଣ ମୁର୍ମୁଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା କୁସୁମିତ ବ୍ଲକର ତଲକପୋଖରୀ ପଞ୍ଚାୟତର ବାଦାମପାହାଡ଼ ଥାନା ଅନ୍ତର୍ଗତ ପାହାଡ଼ପୁର ଗ୍ରାମରେ ମହାସମାରୋହରେ ପାଳନ କରାଯାଇଛି। ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଓଡ଼ିଶା ମାଟି ରାଇରଙ୍ଗପୁରରୁ ରାଇସିନା ହିଲ ଯାଇ ଇତିହାସ ରଚିଛନ୍ତି ଦ୍ରୌପଦୀ ମୁର୍ମୁ ।ଦ୍ରୌପଦି ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି ସତ କିନ୍ତୁ ଅତୀତରେ ଦ୍ରୌପଦି ମୁର୍ମୁଙ୍କ ଜୀବନରେ ଘଟିଯାଇଛି ଅନେକ କିଛି ଦୁଃଖଦ ଘଟଣା। ନିଜର ଦୁଇ ପୁତ୍ରଙ୍କ ସହିତ ସ୍ଵାମୀକୁ ହରାଇଛନ୍ତି । ଦ୍ରୌପଦି ମୁର୍ମୁଙ୍କ ସ୍ଵାମୀ ଶ୍ୟାମ ଚରଣ ମୁର୍ମୁ ବ୍ୟାଙ୍କ ମ୍ୟାନେଜର ଭାବେ କାମ କରୁଥିଲେ। ତିନୋଟି ସନ୍ତାନକୁ ନେଇ ସୁରୁଖୁରୁରେ ଚାଲିଥିଲା ସଂସାରର ରଥ। କିନ୍ତୁ ତାଙ୍କ ଜୀବନରେ ହଠାତ୍ ଛାଇହୋଇ କଳାବାଦଲ। ବଡ଼ ପୁଅ ଲକ୍ଷ୍ମଣ ଓ ସାନ ପୁଅ ସିପୁନ ବାପା ମା’ଙ୍କୁ ଛାଡି ଆରପାରିକୁ ଚାଲିଗଲେ। ଦୁଇ ପୁଅଙ୍କୁ ହରାଇ ବାପା ଶ୍ୟାମ ଚରଣ ଓ ମାତା ଦ୍ରୌପଦି ମୁର୍ମୁ ଏକ ପ୍ରକାର ଭାଙ୍ଗି ପଡ଼ିଲେ। ଶେଷରେ ପୁଅଙ୍କର ଚିନ୍ତାରେ ଶ୍ୟାମ ଚରଣ ମୁର୍ମୁ ଚିନ୍ତା ଗ୍ରସ୍ତ ହୋଇ ୧ ଅଗଷ୍ଟ ୨୦୧୪ ରେ ପ୍ରାଣତ୍ୟାଗ କରିଥିଲେ।୨୦୧୬ ମସିହାରେ ସ୍ଵାମୀ ଶ୍ୟାମ ଚରଣ, ବଡ଼ ପୁଅ ଲକ୍ଷ୍ମଣ ଓ ସାନ ପୁଅ ସିପୁନଙ୍କ ସ୍ମୃତି ରେ ପାହାଡପୁର ଠାରେ ସ୍ଥିତ ନିଜ ବାସ ଗୃହକୁ ଏସ୍. ଏଲ୍. ଏସ୍.ଶ୍ଯାମ ,ଲକ୍ଷ୍ମଣ,ସିପୁନ ଟ୍ରଷ୍ଟ ଗଠନ କରି ତାଙ୍କରି ସ୍ମାରିକୀରେ ଆବାସିକ ବିଦ୍ୟାଳୟ ନାମରେ ନାମିତ କରିଥିଲେ।ଦ୍ରୌପଦି ମୁର୍ମୁଙ୍କ ସାନ ଝିଅ ଇତିଶ୍ରୀ ମୁର୍ମୁ ଙ୍କ ତତ୍ତ୍ଵାବଧାନରେ ଏସ ଏଲ ଏସ ଟ୍ରଷ୍ଟ ବୋର୍ଡ ଦ୍ଵାରା ଏହି ବିଦ୍ୟାଳୟଟି ପରିଚାଳିତ ହୋଇଥାଏ। ଆଜି ଏସ ଏଲ ଏସ ସ୍ମାରକୀ ବିଦ୍ୟାଳୟରେ ଶ୍ୟାମ ଚରଣ ମୁର୍ମୁ ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଅଛି। ଆଦିବାସୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ପାହାଡ ପୁର ଗ୍ରାମବାସୀ ଉପସ୍ଥିତ ରହି ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରତିବର୍ଷ ଏହି ଦିନରେ ଦ୍ରୌପଦି ମୁର୍ମୁ ଙ୍କ ସ୍ବାମୀଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଯୋଗ ଦେଇ ଆସୁଥିଲେ ମାତ୍ର ରାଷ୍ଟ୍ରପତି ହେବା ପରେ ପ୍ରୋଟୋକଲ ଯୋଗୁଁ ଚଳିତ ବର୍ଷ ସେ ଯୋଗ ଦେଇ ପାରି ନାହାଁନ୍ତି।

 ମୟୂରଭଞ୍ଜରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଟାଙ୍ଗିରି ପାହାଡ ଉପରେ ପାଳନ ହେଲା କାରଗିଲ ବିଜୟ ଦିବସ

Sunil Chandra Nayak

ଉତ୍କଳ ଆଲୁମିନା କମ୍ପାନୀ କୁ ନେଇ ବିଧାନସଭା ରେ ଗର୍ଜିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

Sunil Chandra Nayak

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

Sunil Chandra Nayak

Leave a Comment

error: Content is protected !!