ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ

ବୌଦ୍ଧ – ୧୯ା୧୦ : ବୌଦ୍ଧ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଜିଲାରେ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ବିଭାଗୀୟ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସମୀକ୍ଷା କରିଛନ୍ତି । ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପାୱାର ପଏଣ୍ଟ ମାଧ୍ୟମରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜ଼ିଲ୍ଲାରେ ଚାଲିଥିବା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଗ୍ରାମ୍ୟ ପାନୀୟଜଳ ଯୋଗାଣ ନେଇ ସମୀକ୍ଷା କରାଯାଇଥିଲା । ମନ୍ତ୍ରୀ ଶ୍ରୀଅମାତ ସମସ୍ତ ଅସମ୍ପୁର୍ଣ୍ଣ ପ୍ରକଳ୍ପଗୁଡିକୁ ତୁରନ୍ତ ସଂପୁର୍ଣ୍ଣ କରିବା ପାଇଁ ଗୁରୁତ୍ୱ ଦେବା ସହିତ ବିଭାଗୀୟ ଅଧିକାରୀ ଓ ଦାୟିତ୍ୱରେ ଥିବା କର୍ମଚାରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜ଼ିଲ୍ଲାରେ କେତେ ହିତାଧିକାରୀ ଜବକାର୍ଡ ପାଇଛନ୍ତି ଏବଂ ସେମାନଙ୍କୁ କେତେଦିନର କାର୍ଯ୍ୟ ଯୋଗାଇଦିଆଯାଇଛି ସମୀକ୍ଷା କରାଯିବା ସହିତ ଗ୍ରାମୀଣ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ୧୫ ଦିନ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ନକଲେ ବିଭାଗୀୟ ଯନ୍ତ୍ରୀଙ୍କ ଦରମା ବନ୍ଦ କରାଯିବାକୁ ମନ୍ତ୍ରୀ ଶ୍ରୀଅମାତ ତାଗିଦ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ନିୟମିତ ଭାବରେ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ସମୀକ୍ଷା ପରିଦର୍ଶନ କରି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ନୂତନ କାର୍ଯ୍ୟାଦେଶ ଦେବା ପୂର୍ବରୁ ପୁରୁଣା କାର୍ଯ୍ୟ ଗୁଡିକ ସଂପୁର୍ଣ୍ଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ଠିକ୍ ସମୟ ମଧ୍ୟରେ ଖର୍ଚ୍ଚ ହୋଇପାରୁନଥିବାରୁ ବୈଠକରେ ଉପସ୍ଥିତ ବିଭାଗୀୟ ସ୍ୱତନ୍ତ୍ର ସଚିବ ଓ ବରିଷ୍ଠ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବକେୟା ରହିଥିବା ବିଦ୍ୟୁତ ବିଲ ଓ ପାଣି ବିଲ ତୁରନ୍ତ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ସବୁ ପଞ୍ଚାୟତରେ ସୋସିଆଲ ଅଡିଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସବୁ ପଞ୍ଚାୟତରେ ନୂତନ ଲାଇବ୍ରେରୀ ଖୋଲାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱଛଭାରତ ମିଶନରେ ବିଭିନ୍ନ ସଚେତନତା, ବର୍ଯ୍ୟବସ୍ତୁ ପରିଚାଳନା ନେଇ ସଚେତନତା, ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଓ ମେଳା ଆୟୋଜନ, କାର୍ଯ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୪ ଟି ସ୍ଥାନରେ ଓଭର ହେଡ ଟ୍ୟାଙ୍କ ନିର୍ମାଣ ପାଇଁ ବନ ବିଭାଗ ଓ ମନରେଗା ଯୋଜନା ଅର୍ଥରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜ଼ିଲ୍ଲାରେ ଚାଲିଥିବା ମେଗା ପାନୀୟଜଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହିତ ତୁରନ୍ତ ଜିଲାର ପ୍ରତ୍ୟେକ ପରିବାରକୁ ପାନୀୟଜଳ ଓ ବିଦ୍ୟୁତ ଯୋଗାଇଦେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ କଣ୍ଟାମାଳ ବିଧାୟକ ତଥା ଜ଼ିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା,ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ସଚିବ ସତ୍ୟ ନାରାୟଣ ଦାଶ,ଅତିରିକ୍ତ ସଚିବ ଡଃ. ମହେଶ୍ୱର ସ୍ୱାଇଁ, ସ୍ୱୟଂପ୍ରଭା ମହାନ୍ତି,ଡେପୁଟି ସେକ୍ରେଟେରୀ କୁଳମଣି ମିଶ୍ର, ଇଆଇସି ଇଂ. ହାଡିବନ୍ଧୁ ବେହେରା,ଏସିଇ ବ୍ରହ୍ମପୁର ମଣ୍ଡଳ ଇଂ. ସୁରେଶ ମହନ୍ତ ପ୍ରମୁଖ ଯୋଗଦେଇ ବିଭାଗୀୟ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ,ପ୍ରକଳ୍ପ ନିର୍ଦ୍ଦେଶ ଜଳଛାୟା ମିଶନ ପ୍ରଦିପ୍ତ କୁମାର ମହାନ୍ତି,ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ବିଭୁ ପ୍ରସାଦ ପଣ୍ଡା,ଏପିଡି ଗ୍ରାମୀଣ ଆବାସ ଯୋଜନା ସନ୍ଧ୍ୟାରାଣୀ ମହାପାତ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ପଞ୍ଚାୟତରାଜ ବିଭାଗର ଯନ୍ତ୍ରୀ,ବ୍ଲକ ପୋଜେକ୍ଟ କୋଡିନେଟର,ଜିପିଟିଏ ,ଭିଏଲଡବ୍ଲୁ ଏବଂ ଜିଆରଏସମାନେ ଯୋଗଦେଇଥିଲେ ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କୁରୁଗୁଡା ଠାରେ ଜୋନ୍ ସ୍ତରୀୟ ଵିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ୍ ପ୍ରତିଯୋଗିତା

Sunil Chandra Nayak

ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ

Sunil Chandra Nayak

ଧର୍ମଗଡ ବ୍ଲକ ଗଣ୍ଡ ସମାଜ ତରଫରୁ ଧଅଁରପୁର ଠାରେ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!