ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ହେଲା ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

ଭୁବନେଶ୍ୱର -:ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍‌ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି ।ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା।ସନ୍ଧ୍ୟାରେ ‘ ଓଡ଼ିଆ ସିନେମା ବଞ୍ଚାଅ-ଆସ ଓଡ଼ିଆ ସିନେମାକୁ ଆଗେଇ ନେବା’ ସ୍ଲୋଗାନ ଦେଇ ସ୍ଥାନୀୟ ଜୟଦେବ ଭବନରୁ ରାଜଭବନ ଯାଏଁ ଏକ ପଦଯାତ୍ରା ଯାଇଥିଲା। ଶେଷରେ ରାଜଭବନ ଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ପଦଯାତ୍ରାରେ ଯାଇଥିବା ପ୍ରଯୋଜକ, ନିର୍ଦ୍ଦେଶକ ନିଜ ଦାବି ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ସଞ୍ଜୟ ପାତ୍ର, ନିର୍ଦ୍ଦେଶକ ସନ୍ତୋଷ ବିଷୋୟୀ, ଓଲିଉଡ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ।ଓଲିଉଡ କ୍ରିଏଟିଭ୍ ହେଡ୍ ଶ୍ରୀ ଜେଠୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ସମସ୍ୟାକୁ ନେଇ ଆଜିଠୁ ଏ ପଦଯାତ୍ରା ଆରମ୍ଭ ହୋଇଛି। ଏହା ପ୍ରତିଦିନ ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। ଯେ ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି, ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ । ସେ ପର୍ଯ୍ୟନ୍ତ ଏ ପଦଯାତ୍ରାରେ ସାଧାରଣ ଜନତା ବି ସାମିଲ ହେବେ ଏବଂ ସହଯୋଗ କରିବେ ବୋଲି ନିବେଦନ କରୁଛି। ସଂଘର୍ଷ କରି ଚଳଚ୍ଚିତ୍ର ନିର୍ମାଣ କରି ଜଦି ମୁକ୍ତିଲାଭ କରିବାପାଇଁ ଡିଷ୍ଟ୍ରିଵ୍ୟୁଟର ଆଉ ହଲ୍ ମାଲିକଙ୍କ ପଛରେ ଗୋଡେଇବାକୁ ପଡିବ ଆଉ ଗୋଡ ଭାଙ୍ଗି ଠିଆ ହେବାକୁ ପଡିବ ସରକାରୀ ନିୟମ ସବୁ ହଲ୍ ରେ ୭ସପ୍ତାହ ଓଡିଆ ଚଳଚ୍ଚିତ୍ର ଚଲେଇବାର ନିୟମ ମାନୁନଥିବା ହଲ୍ ମାଲିକ ମାନଙ୍କ ପାଇଁ ସରକାରୀ କଟକଣା କଣ ପାଇଁ ରହୁନି ଏଥି ପାଇଁ ଅତିଶିଘ୍ର ସ୍ବର ଉତ୍ତୋଳନ ଆବଶ୍ୟକତା ରହିଛି।

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ଜୁନାଗଡ – ବାହାଘର ପ୍ରୋସେସନ ସାରି ଫେରୁଥିବା ବେଳେ ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ, ୧୦ କଳାକାର ଆହତ

Sunil Chandra Nayak

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

Sunil Chandra Nayak

ରାଜ୍ୟ ମହିଳା ଉପଦେଷ୍ଟା ରୂପେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ

Sunil Chandra Nayak

Leave a Comment

error: Content is protected !!