ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥଯାତ୍ରା ପାଇଁ ପୁରୀ ରେ ବ୍ୟବସ୍ଥା…ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା

ଅଟୋ ଚାଳକ ମନଇଚ୍ଛା ନେଇ ପାରିବେ ନାହିଁ ଭଡା

ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା । ଯାହାଫଳରେ ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ । ଏନେଇ ପୁରୀ ପୁଲିସ ଅଟୋ ଚାଳକଙ୍କ ସହ ସମନ୍ୱୟ ବୈଠକ କରି ଦର ତାଲିକା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି । ସେପଟେ ଗୋଟିଏ ସ୍ଥାନରୁ ଭିନ୍ନ ଭିନ୍ନ ଅଟୋ ଚାଳକ ଭିନ୍ନ ଭିନ୍ନ ଦର ନେଉଥିବାବେଳେ ଯାତ୍ରୀମାନେ ଶୋଷଣର ଶିକାର ହେଉଥିଲେ । ଏପରିକି ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଥିଲା । ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ଲୁଟପାତରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ରେଟ ଚାର୍ଟ ପ୍ରସ୍ତୁତ କରାଯାଇଛି । ତେବେ ରେଟ ଚାର୍ଟ ଅନୁଯାୟୀ ରେଳଷ୍ଟେଶନରୁ ବାଲିଘାଟ ଯିବା ପାଇଁ ୧୫୦ ଟଙ୍କା, ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ଶହେ ଟଙ୍କା ଓ ମଙ୍ଗଳାଘାଟକୁ ଯିବା ଲାଗି ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହିଭଳି ୪୧ଟି ରୁଟ ନିର୍ଦ୍ଧାରିତ କରାଯାଇଛି । ନିଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ନିଆଯାଇପାରିବ ନାହିଁ ବୋଲି ପୁଲିସ ପ୍ରଶାସନ ସ୍ପଷ୍ଟ କରିଛି ।

ପୁଲିସ ସହ ବୈଠଳରେ କୁହାଯାଇଛି ଯେ ପୁରୀକୁ ବହୁ ଭକ୍ତଙ୍କ ଆଗମନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଦର ତାଲିକା ପ୍ରସ୍ତୁତ ହୋଇଛି । ସେହିଭଳି ଅଟୋ ଆସୋସିଏଶନ ପୁରୀ ଅଟୋଚାଳକଙ୍କୁ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର କରିବା ନେଇ ସଚେତନ କରାଇବ । ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରିବ । ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଧାର୍ଯ୍ୟ ଅଟୋ ଭଡାଠାରୁ ଅଧିକ ଭଡା ଯାତ୍ରୀଙ୍କଠାରୁ ଆଦାୟ କରାଯିବ ନାହିଁ । ଦର ତାଲିକା ଅଟୋରେ ଲଗାଯିବ । ଫଳରେ ଯାତ୍ରୀମାନେ ତାଲିକା ଦେଖି ଅଟୋ ଭଡ଼ା ଦେଇପାରିବେ । ସବୁ ଅଟୋ ଆଗରେ ଷ୍ଟିକର ସହାୟତାରେ ପୁରୀ ପୁଲିସ ପକ୍ଷରୁ ଜାରି ଟୁରିଷ୍ଟ ହେଲ୍ପ ଲାଇନ ନମ୍ବର ଲଗାଯିବ । କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ଏନେଇ ସୂଚନା ଦେଇପାରିବେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

Sunil Chandra Nayak

ସଡ଼କ ସୁରକ୍ଷା ପାଇଁ ବିଶ୍ବବ୍ୟାଙ୍କ ଦେବ ୨୫ କୋଟି ଡଲାର, ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହେବ

Sunil Chandra Nayak

Leave a Comment

error: Content is protected !!