ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଲଣା ଗୁଳିକାଣ୍ଡ ଘଟଣା , କଂଗ୍ରେସ ଦଳର ପ୍ରତିନିଧି ମଣ୍ଡଳ  

ଆନନ୍ଦପୁର -: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗୁଳିକାଣ୍ଡ   ଘଟଣାର  ଆଜକୁ୪ଦିନ ବିତିଯାଇଥିଲେ ମଧ୍ୟ ଆଜି ପଯ୍ୟନ୍ତ ପୋଲିସ ଏହି ଘଟଣାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରା ଓଚରା କରୁଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଠାବ କରିପାରି ନାହିଁ ।ଏହାକୁ କେନ୍ଦ୍ରକରି ଖଲଣା ଗ୍ରାମରେ ଚାପା ଉତେଜନା ଲାଗିରହିଥିବା ବେଳେ ଉଭୟ ଗୋଷ୍ଟିଙ୍କ ମଧ୍ୟରେ ଚକା ପଞ୍ଜା ଚାଲିଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଖଲଣା ଗ୍ରାମରେ ପୋଲିସ ମୃତୟନ କରାଯାଇଛି ।ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ବିଫଳତା ପ୍ରତିବାଦରେ ଆଜି ପୁର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ମୃତକ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ରାମଚନ୍ଦ୍ରପୁର ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରିଛନ୍ତି । ଆଜିର ଏହି କଂଗ୍ରେସ ପ୍ରତିନିଧି ଦଳରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଚତୃଭୂଜ ନାୟକ, ବ୍ଲକ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର, କଂଗ୍ରେସ ନେତା ତ୍ରିଲୋଚନ ପରିଡା, ପ୍ରଶାନ୍ତ କୁମାର ପାଲ, ନିରଞ୍ଜନ ଜେନା, କୁଳମଣି ପରିଡା, ମନୋଜ କୁମାର ସ୍ୱାଇଁ, ଚିତରଞ୍ଜ ପରିଡା, ଦେବରଞ୍ଜନ ସା ପ୍ରମୁଖ ଉପସ୍ଥିତଥିଲେ ।ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଘଷିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ଏବଂ ଅନ୍ୟ ୮ଜଣ ଅପରାଧୀ ମାନଙ୍କୁ ୭ଦିନି ମଧ୍ୟରେ ଗିରଫ ନକଲେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରା ଯିବ ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

କପଡା ଦୋକାନରେ ସିଟି ଓ ଜିଏସଟି ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ର ଚଢ଼ାଉ

Sunil Chandra Nayak

ରାହୁଲ ଗାନ୍ଧୀଙ୍କୁ ଇଡି ର ଜେରା ପ୍ରତିବାଦରେ କୋକସରା କଂଗ୍ରେସ କମିଟିର ବିକ୍ଷୋଭ

Sunil Chandra Nayak

ମ.ରାମପୁର ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

Sunil Chandra Nayak

Leave a Comment

error: Content is protected !!