ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଣିଜରାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ବଜାର ପ୍ରାଙ୍ଗଣରେ ବଣି ଜରା ଗ୍ରାମର ମେହେର ଭୁଲିଆ ସମାଜ ଏବଂ ବାରବେସାଲ ଗ୍ରାମର ମେହେର ଭୁଲିଆ ସମାଜର ମିଳିତ ଆନୁକୂଲ୍ୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ହୋଇ ଯାଇଛି ।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ମେହେର ଭୁଲିଆ ସମାଜର ସଭାପତି ଦିଲୀପ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରଧାନ ଶିକ୍ଷକ ଶଶୀ ସେନ ଯୋଶୀ ଯୋଗଦାନ କରି ଗଙ୍ଗା ଧର ମେହେରଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଅଲୋକ ପାତ କରିଥିଲେ ।ଏଥିରେ ସମନ୍ୱିତ ଅତିଥିଭାବେ ଜିଲ୍ଲା ପରିଷଦ ଉପ।ଧକ୍ଷ ଶ୍ରୀମତୀ ସୁଧୀର। ମେହେର ,ଜୁନାଗଡ଼ ବ୍ଲକ ଅଧକ୍ଷ। ସବିତା ମେହେର ,ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ଜିଲ୍ଲା ପରିଷଦ ସଭ୍ୟ। ସଙ୍ଗୀତ। ଖର୍ସେଲ ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ଚିଚେଇଗୁଡା ସରପଞ୍ଚ ପରମେଶ୍ୱର ମେହେର ,ବଣି ଜରା ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ,ଶିକ୍ଷାବିତ ଗୋପୀନାଥ ଶବର ,ବନମାଳୀ ମେହେର ଉପ ସଭାପତି କଳାହାଣ୍ଡି ଜିଲ୍ଲା ମେହେର ଭୁଲିଆ ସମାଜ ପ୍ରମୁଖ ମଞ୍ଚ।ସିନ ରହି ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ବିଷୟରେ ଜନସାଧାରଣଙ୍କୁ ମାର୍ଗ ଦର୍ଶନ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷାବିତ ବାଲ୍ମୀକି ନ।ଏକ ,ବିଦ୍ୟା ଧର ମେହେର ,ମଦନ ସୁନ୍ଦର ମେହେର ,ସତ୍ୟ ମେହେର ,ଶିବ ଭୋଇ ,ଘନ ଶ୍ୟାମ ଗୁରୁ ,ରାଜିନ୍ଦ୍ର ମେହେର ,ସୁଧାଂଶୁ ମେହେର ,ବିଭୁତି ମେହେର ଏବଂ ମାଲଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ନାରାୟଣ ମେହେର ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିବା ବେଳେ ସହ କାରୀ ଶିକ୍ଷକ ଚନ୍ଦ୍ର ହାସ୍ୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବାଇକ୍ ଓ ସ୍କୁଟି ପ୍ରେମ

Sunil Chandra Nayak

ଶ୍ୟାମସୁନ୍ଦର ଯୁବକ ସଂଘ ଆନୁକୂଲ୍ୟରେ ହୋଭାଷା ଲିପି ‘ଓ୍ବାରାଂଚିତି’ ସ୍ରଷ୍ଟା ଗୁରୁ ଲାକୋ ଵଦରାଙ୍କ ୧୦୩ ଜୟନ୍ତୀ ପାଳିତ 

Sunil Chandra Nayak

ଡିସିବି ବ୍ୟାଙ୍କର ଗ୍ରାହକ ମେଳା

Sunil Chandra Nayak

Leave a Comment

error: Content is protected !!