ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ପ୍ରତିଯୋଗୀ ଙ୍କୁ ମିଳିଲା ସ୍ଵର୍ଣ୍ଣ

ତେନ୍ତୁଳିଖୁଣ୍ଟି – ୩୦/୧୧/୨୨ ରାୟଗଡା ଜିଲ୍ଲା ସଦରମହକୁମା ଭେଙ୍କଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଚଳିତ ମାସ ୨୭ଓ୨୮ଦୁଇ ଦିନ ଧରି ପ୍ରଥମ କଳିଙ୍ଗ ଓପନ ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ୨୦୨୨ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲା ତରଫରୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡ଼ା ର ବିଶିକେଶନ ଛତ୍ରୀୟା ରାଜ୍ୟ ସ୍ତରୀୟ ସ୍ଵର୍ଣ୍ଣ ପଦକ ବିଜେତା ଙ୍କ ଜିମ୍ ରେ ପ୍ରତିଯୋଗୀ ମାନେ ତାଲିମ ଗ୍ରହଣ କରିଥିଲେ। ନରେନ୍ଦ୍ର କଚ୍ଛପ ଜୁନିୟର ୫୩ ବର୍ଗ ବ୍ରେଞ୍ଚପ୍ରେସ୍ ରେ ଭାଗ ନେଇ ସିଲଭର୍ ପଦକ ହାସଲ କରିଛନ୍ତି। ସମିତି ଟାକ୍ରୀ ଜୁନିଅର ବ୍ରେଞ୍ଚପ୍ରେସ୍ ରେ ୬୬ବର୍ଗ ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। କ୍ଷତରଞ୍ଜନ ସ୍ବାଇଁ ୧୦୫ ଜୁନିୟର ବର୍ଗ ରେ ବ୍ରୋ୍ଞ୍ଜ ପଦକ ପାଇଥିବା ବେଳେ, ଡେଡ୍ ଲିପିଟ ରେ ସିଲଭର ପଦକ ହାସଲ କରିଛନ୍ତି। ମୁଖ୍ୟ ଅତିଥି ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ ଯୋଗଦେଇ କୃତି ପ୍ରତି ଯୋଗୀ ମାନଙ୍କୁ ମାନ ପତ୍ର ସହ ପଦକ ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲା ତରଫରୁ ମ୍ୟାନେଜର ଭାବେ ପ୍ରଣୟ ରଞ୍ଜନ ଟାକ୍ରୀ ଉପସ୍ଥିତି ଥିଲେ। ଇଣ୍ଟର ନେସନାଲ ସ୍ଵର୍ଣ୍ଣ ବିଜେତା ରମେଶ ଗରଡ଼ା ଙ୍କ ପ୍ରେରଣା ରେ ପଦକ ବିଜେତା ମାନେ ଆଜି ଏଭଳି ସଫଳତା ହାସଲ କରିପାରିଛନ୍ତି। ନିଜ ପ୍ରତିକିୟା ରେ ଶ୍ରୀ ଗରଡା କହିଛନ୍ତି ପ୍ରତିଯୋଗୀ ମାନଙ୍କ ଅର୍ଥ ଅଭାବ ଅନଟନ ଦେଇ ଗତି କରୁଥିଲେ ବି, ରାଜ୍ୟ ସ୍ତରୀୟ ଏବଂ ଦେଶ ତରଫରୁ ଭାଗ ନେଇ ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏମାନଙ୍କୁ ସରକାରଙ୍କ ତରଫରୁ ଅଧିକ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ,ଏହି ଅଞ୍ଚଳ ପ୍ରତିଯୋଗୀ ର ଅଭାବ ରହିବ ନାହିଁ ବୋଲି କହିଥିଲେ। ଆଜି ପ୍ରତିଯୋଗୀ ମାନେ ପହଞ୍ଚିବା ପରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଦୁର୍ନୀତି ବିରୋଧୀ ଶାଖା ର ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ,ଉପ ସଭାପତି ହିମାଂଶୁ ଶେଖର ବାଘ, ତେନ୍ତୁଳିଖୁଣ୍ଟି ବ୍ଲକ୍ ଜୋନ _୨ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା,ତେନ୍ତୁଳିଖୁଣ୍ଟି ମିଲ ଆସୋସିଏସନ୍ ସମ୍ପାଦକ, ତେନ୍ତୁଳିଖୁଣ୍ଟି ବ୍ଲକ୍ ବିଜେଡ଼ି ଯୁବ ନେତା ଅଖିଳ ଭତ୍ରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଦାଶିବ ଜାନୀ,ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରେସ ସଭାପତି, ତେନ୍ତୁଳିଖୁଣ୍ଟି ବିଡ଼ି ଓ ଦୂର୍ଯ୍ୟୋଧନ ଭୋଇ, ସହକାରୀ ଯନ୍ତ୍ରୀ, ପ୍ରମୁଖ ଶୁଭେଛା ଓ ଶୁଭ ଅଭିନନ୍ଦନ ଜଣାଇଛନ୍ତି।ଆଗକୁ ପ୍ରତି ଯୋଗୀ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବ୍ଲକ୍ ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଲେଜ ଛାତ୍ରୀକୁ ଆକ୍ରମଣ ଘଟଣାରେ ଯୁବକ ଗିରଫ 

Sunil Chandra Nayak

କଳାହାଣ୍ଡି ଉତ୍ସବ-୨୦୨୩ ପାଇଁ ବିଭିନ୍ନ କମିଟି ର ବୈଠକ , ଉତ୍ସବ ର ଲୋଗୋ ଉନ୍ମୋଚିତ ।

Sunil Chandra Nayak

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

Leave a Comment

error: Content is protected !!