କାମାକ୍ଷାନଗର( ମ ନି ସ)12/12/ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ଗାଁ ରେ ଦେଖା ଦେଇଛି ଝାଡ଼ା ବାନ୍ତି ଆତଙ୍କ |ଝାଡ଼ା ବାନ୍ତି ରେ ଗାଁ ର ୬୦ ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ,ଅନେକ ଲୋକ ଆକ୍ରାନ୍ତ ହୋଉ ଘରେ ଚିକିତ୍ସିଚିତ ହେଉଛନ୍ତି |ତେବେ ଆଜିକୁ ୪ଦିନ ହେଵ ଗାଁ ରେ ଝାଡ଼ା ବାନ୍ତି ବ୍ୟପି ଥିବା ବେଳେ, ଆଶା ଦିଦି ଘର ଘର ବୋଲି ଓଆରଏସ ଦେଇ କାର୍ଯ୍ୟ ସାରି ଦେଇଛନ୍ତି |ସେପଟେ ଗାଁ କୁ ରାମିଆଳ ନଦୀ ରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳ ଯୋଗାଣ କାରଣ ରୁ ଏହି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ତେବେ ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରସାଶନ ଦୃଷ୍ଟି ନଦେବା କାରଣରୁ ଏହି ଆକ୍ରାନ୍ତ ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ସେପଟେ ଗାଁ କୁ ବର୍ତମାନ ସୁଦ୍ଧା କୌଣସି ଡାକ୍ତରୀ ଟିମ ପହଂଚି ନ ଥିବା ଜଣାପଡିଛି |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ