ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ରେ ଝାଡ଼ା ବାନ୍ତି ଆତଙ୍କ : ଦୂଷିତ ପାନୀୟ ଜଳ ପିଇ,୬୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଓ ମେଡିକାଲ ରେ ଭର୍ତ୍ତି

କାମାକ୍ଷାନଗର( ମ ନି ସ)12/12/ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ଗାଁ ରେ ଦେଖା ଦେଇଛି ଝାଡ଼ା ବାନ୍ତି ଆତଙ୍କ |ଝାଡ଼ା ବାନ୍ତି ରେ ଗାଁ ର ୬୦ ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ,ଅନେକ ଲୋକ ଆକ୍ରାନ୍ତ ହୋଉ ଘରେ ଚିକିତ୍ସିଚିତ ହେଉଛନ୍ତି |ତେବେ ଆଜିକୁ ୪ଦିନ ହେଵ ଗାଁ ରେ ଝାଡ଼ା ବାନ୍ତି ବ୍ୟପି ଥିବା ବେଳେ, ଆଶା ଦିଦି ଘର ଘର ବୋଲି ଓଆରଏସ ଦେଇ କାର୍ଯ୍ୟ ସାରି ଦେଇଛନ୍ତି |ସେପଟେ ଗାଁ କୁ ରାମିଆଳ ନଦୀ ରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳ ଯୋଗାଣ କାରଣ ରୁ ଏହି ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ତେବେ ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରସାଶନ ଦୃଷ୍ଟି ନଦେବା କାରଣରୁ ଏହି ଆକ୍ରାନ୍ତ ଦେଖା ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ସେପଟେ ଗାଁ କୁ ବର୍ତମାନ ସୁଦ୍ଧା କୌଣସି ଡାକ୍ତରୀ ଟିମ ପହଂଚି ନ ଥିବା ଜଣାପଡିଛି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏନ୍ଏମ୍ଓପିଏସ୍ ବ୍ଲକ ଶାଖା ଗଠିତ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ… ୨୫ପଞ୍ଚାୟତରେ ସରିଲା ନାଏବ ସରପଞ୍ଚ ନିର୍ବାଚନ, କାନକୁଟ୍ରୁରେ ନୋହିଲା

Sunil Chandra Nayak

ସମାଜସେବୀଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!