ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା  ଦାଣ୍ଡ ଝରକା, ମଉନସଖା 

 ଦାଣ୍ଡ ଝରକା, ମଉନସଖା 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 
ଦାଣ୍ଡ ଝରକା, ମଉନ ସଖା
ମୂକ ସାକ୍ଷୀଟି ସେହି, 
ହୁଏ ବାହକ, ସୁଖ ଓ ଦୁଃଖ
ବାରତା ନେଇ ଦେଇ ll
କରେ ସାହାଯ୍ୟ, କରଇ କାର୍ଯ୍ୟ 
ଦରଦୀ ବନ୍ଧୁ ସରି, 
ମନ ବେଦନା,ମନ ସ୍କାମନା 
ଇଚ୍ଛାକୁ ଦିଏ ଭରି ll
ଚାହେଁନା କିଛି, ପାଉଣା ପୁଞ୍ଜି 
ସେବାଟି ନିରନ୍ତର, 
ହୁଏ ମଧ୍ୟସ୍ତ, ହୁଏ ବିଶ୍ୱସ୍ତ
ଏଡି ଆପଣା ପର ll
ପ୍ରେମର ଭାଷା, ଅନ୍ତର ତୃଷା 
ମନ ଗହନ କଥା, 
ଦେଇ ନେଇକା, ସମ୍ପର୍କ ଯୋଖା 
ଦିଏ ମିଳନ ପନ୍ଥା ll
ମଉନା ବତୀ, ଉଚ୍ଚାଟ ଅତି 
କରେ ବାହାନା ଅତି,  
କୋଠରୀ ଦେଶ, ଝରକା ପାଶ 
ଭରସା ଦିନ ରାତି ll
ଭାବନା ଗୀର, ପ୍ରୀତି ପତର 
ଦିଅଇ କୋଣେ ବସି, 
ମୁରୁକି ହସ, ସମ୍ମତି ଭାଷ
ସନ୍ଦେଶ ଭରା ବେଶି ll
ଖିଆଲି ମନା, ପାଠ ବାହାନା 
ହୃଦୟେ ପ୍ରେମ ଜ୍ୱର, 
ମନ୍ମଥ ତୀର, ବେଦନା ଘୋର 
କରଇ ହରବର ll
ହାତେ ମୋବାଇଲ,କାଢ଼ି ଷ୍ଟାଇଲ 
ଫୁସୁର ଫାସ ଜତି 
ଝରକା ପଥ, ଅନବରତ 
ଯିବା ଆସିବା ନିତି ll
ଘରେ କେ ରହି, ସବୁ ଦେଖଇ 
ସବୁ ଜlଣଇ ସହି, 
ଝରକା ଫାଙ୍କ, ବଡ଼ ସଉକ 
କେହି ଜାଣନ୍ତି ନାହିଁ ll
ଦାଣ୍ଡର କଥା, ସବୁ ବାରତା 
ଶୁଣି ଜାଣଇ ଚିତ୍ତ, 
ଶୁଭ ଅଶୁଭ, ମଉଜ ଭାବ
ଦିଆ ନିଆର ପଥ ll
ବହେ ପବନ, ରାତ୍ର ଓ ଦିନ 
ଆସେ ଆଲୋକ ନିତି  
ଆସଇ ଗାନ, ମୂର୍ଚ୍ଛନା ସ୍ଵନ 
ଅବାଧ ତାର ଗତି ll
ହୋଇ ନିର୍ଜୀବ, ବୁଝଇ ଭାବ 
ସେବକ ପଣ ମନ, 
ସଭିଙ୍କ ସଖା, ନଦିଏ ଧୋକା 
ସବୁ ଗୋପନ ଜାଣ ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା-ଗଜପତି ,ଓଡିଶା, 761206

Related posts

ଲାଞ୍ଜିଗଡ଼ ବ୍ଲକ… ଦୁର୍ଗମ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ପାଇଁ ବାଟ ଫିଟୁଛି

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!