ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ରଛାତ୍ରୀ ଙ୍କୁ ନିମ୍ନ ମାନର ଡ୍ରେସ ଯୋଗାଣ ଅଭିଯୋଗ ,ଚାଲିଛି ପିସି କାରବାର,ଡ୍ରେସ ବାବଦ ଅର୍ଥ ପିଲାଙ୍କ ଏକାଉଣ୍ଟ କୁ ଛାଡିବାକୁ ଦାବୀ

ତେନ୍ତୁଳିଖୁଣ୍ଟି :17/9/22 – -ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବା ତଥା ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ! ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଡ୍ରେସ, ବୁଟ ପ୍ରଦାନ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ! ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଡ୍ରେସ ବଣ୍ଟନ ରେ ବ୍ୟାପକ ଅନିୟମିତତା ହୋଇଥୁବା ଦେଖିବାକୁ ମିଳିଛି ! ଛାତ୍ରଛାତ୍ରୀ ଙ୍କୁ ନିମ୍ନ ମାନର ଡ୍ରେସ ପ୍ରଦାନ କରାଯାଉଥୁବା ଯୋଗୁଁ ଅଭିଭାବକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ! ସଲସୁତୁରା ରେ ସବୁ ଚାଲିଛି,   ନିମ୍ନ ମାନର ଡ୍ରେସ ତଥା ଜୋତା ପାଇ ଅଭିଯୋଗ କାହାକୁ କରିବେ ଦ୍ବନ୍ଦ୍ୱ ରେ ଅଭିଭାବକ। ଛାତ୍ରଛାତ୍ରୀ ଙ୍କୁ ନିମ୍ନ ମାନର ଡ୍ରେସ ପ୍ରଦାନ କରି ବ୍ୟାପକ ଭିତିରି ଦିଆ ନିଆ ଚାଲିଛି, ଡ୍ରେସ ବଣ୍ଟନ କରୁଥବା ଏଜେନ୍ସି ମାନେ ବିଇଓ କାର୍ଯ୍ୟାଳୟ ର ଅଧିକାରୀ ଙ୍କ ସହ ସଲାସୁତୁରା କରି ନିମ୍ନ ମାନର ଡ୍ରେସ ବଣ୍ଟନ କରୁଛନ୍ତି ! ଫଳରେ ପିଲା ମାନେ ନିମ୍ନ ମାନର ଡ୍ରେସ ପାଇବାକୁ ବାଧ୍ୟ ହେଉଛନ୍ତି ! ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ବ୍ଲକର 130 ଗୋଟି ବିଦ୍ୟାଳୟ ର 10.300 ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଦୁଇ ହଳ ଲେଖାଏଁ ଡ୍ରେସ ଏବଂ ଗୋଟିଏ ହଳ ବୁଟ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ! ରାଜ୍ୟ ସରକାର ଡ୍ରେସ ପିଛା 200 ଟଙ୍କା ଏବଂ ବୁଟ ପିଛା 200 ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ! 10.300 ପିଲାଙ୍କ ଡ୍ରେସ ଓ ବୁଟ ବାବଦରେ 6 କୋଟି 18 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ! ଏମିତି ସ୍ଥିତିରେ ଡ୍ରେସ ଯୋଗାଣ କରୁଥୁବା ଏଜେନ୍ସି ମାନେ ବିଭିନ୍ନ ବିଦ୍ୟାଳୟ କୁ ଯାଇ ପ୍ରଧାନ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ଡ୍ରେସ ପ୍ରଦାନ କରୁଛନ୍ତି ! ତେନ୍ତୁଳିଖୁଣ୍ଟି ବ୍ଲକରେ କିଛି ସିଆରସିସି ତଥା ବିଇଓ କାର୍ଯ୍ୟାଳୟ ର କିଛି ଅଧିକାରୀ ଙ୍କ ସହ ଏଜେନ୍ସି ମାନଙ୍କ ସଲାସୁତୁରା ରେ ନିମ୍ନ ମାନର ଡ୍ରେସ ବଣ୍ଟନ କରାଯାଉଥୁବା ସମାଜସେବୀ ଅଖିଳ ଭତରା, ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାତ୍ର ଅଭିଯୋଗ କରିଛନ୍ତି ! ଡ୍ରେସ ଓ ବୁଟ ର ମାନ ନିରପେକ୍ଷ ଭାବରେ ଯାଞ୍ଚ କଲେ ଦିଆ ନିଆ ର ଭିତିରି କଥା ଜଣା ପଡିବବୋଲି କଂଗ୍ରେସ ଦଳ ର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ନିର୍ମଳ କନ୍ଦପାନମତ ଖୋଲା ଚାଲେଞ୍ଜ ଦେଇଛନ୍ତି। ସରକାର ଡ୍ରେସ ପିଛା 200 ଟଙ୍କା ଦର ରଖିଥୁବା ବେଳେ 120 ରୁ 130 ଟଙ୍କା ମଧ୍ୟରେ ଡ୍ରେସ କ୍ରୟ କରି ପିଲାଙ୍କୁ ଦିଆଯାଉଛି । ବୁଟ ମଧ୍ୟ ସେହି 120 ରୁ 130 ମଧ୍ୟରେ। ଡ୍ରେସ ଯୋଗାଣ ରେ ବ୍ୟାପକ ପିସି କାରବାର ଯୋଗୁଁ ଏଥିରେ ଛାତ୍ରଛାତ୍ରୀ ନିମ୍ନ ମାନର ପୋଷାକ ପାଇବାକୁ ବାଧ୍ୟ ହେଉଛନ୍ତି ! ଡ୍ରେସ ବଣ୍ଟନ ରେ ବ୍ୟାପକ ପିସି କାରବାର ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ସଦୃଶ୍ୟ ହୋଇଥିଲେ ହେଁ ପ୍ରଶାସନ ର ଦୃଷ୍ଟି ନପଡିବା ପରିତାପର ବିଷୟ ହୋଇଛି ।ଏଣୁ ସରକାର ଛାତ୍ରଛାତ୍ରୀ ଙ୍କ ଡ୍ରେସ ବାବଦ ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ପୈଠ କଲେ ଏହି ଦୁର୍ନୀତି ରେ ପୂର୍ଣ୍ଣ ଛେଦ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଙ୍କୁ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ଓ ବୁଟ ବାଣ୍ଟନ ରେ ଗୁଣବତ୍ତା ରେ ସାଲିସ କରାଯାଇଥିବା ନେଇ ପ୍ରଶ୍ନ କରିବାରେ କହିଲେ କେତେଗୋଟି ବ୍ଲକ ରୁ ଏଭଳି ଅଭିଯୋଗ ଆସିଛି ,ଏଥିପାଇଁ ତଦନ୍ତ କରାଇବୁ । ବ୍ଲକ ଶିକ୍ଷା ଅଧିକାରୀ ବିରେନ୍ଦ୍ର ପାଢ଼ୀ ଙ୍କୁ ପଚାରିବାରୁ ଅଭିଯୋଗ ନିର୍ଦ୍ଧିଷ୍ଟ ବିଦ୍ୟାଳୟ ବାରି ଆସିଲେ ତଦନ୍ତ କରାଯିବ, ଅଭିଯୋଗ ଆସୁଛି ଉପରିସ୍ତ ଅଧିକାରୀ ଙ୍କ ସହ ଯୋଗାଯୋଗ ପରେ ପଦକ୍ଷେପ ନିଆଯିବ। ଜଣା ପଡୁଛି ତେନ୍ତୁଳିଖୁଣ୍ଟି ବ୍ଲକ ରେ ପ୍ରାୟ 2472000 ଟଙ୍କା ହେରଫେର ହୋଇଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସମ୍ଭାବନା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିଶ୍ବ ପୋଲିଓ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!