ଧର୍ମଗଡ:୧୩/୧୧/୨୨:ଧର୍ମଗଡ ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇ ଯାଇଛି । ସଂଘ ର ସଭାପତି ହିମାଂଶୁ ଶେଖର ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ନଗର ପାଳ ଅଶୋକ କୁମାର ମହାନ୍ତି ଯୋଗ ଦେଇ କାର୍ଯ୍ୟାଳୟ କୁ ଉଦ୍ ଘାଟନ କରିଥିଲେ । ଦୀର୍ଘ ଦିନ ଧରି ଏକ କାର୍ଯ୍ୟଳୟ ପାଇଁ ସଂଘ ପକ୍ଷରୁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ନବ ନିର୍ମିତ ଏନଏସି ପାଠାଗାର ପରିସର ରେ ଏକ ଗୃହ ବରିଷ୍ଠ ନାଗରିକ ସଂଘ କୁ ଯୋଗାଇ ଦିଆ ଯାଉଥିବାରୁ ସଂଘ ପକ୍ଷରୁ ନଗରପାଳ ଶ୍ରୀ ମହାନ୍ତି ଙ୍କୁ ସାଧୁବାଦ୍ ଜ୍ଞାପନ କରା ଯାଇଛି । ଆଜି ର ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୁଗ୍ମ ସମ୍ପାଦକ ବିଜୟ କୁମାର ହୋତା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମଳୟ କୁମାର ମୁଣ୍ଡ, ଜିଲ୍ଲା ସଦସ୍ୟ ଦିନବନ୍ଧୁ ମୁଣ୍ଡ ଓ ଅକ୍ଷୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ସୁନିଲ କୁମାର ପାତ୍ର ବିବରଣୀ ପାଠ କରିଥିଲେ । ଜଗବନ୍ଧୁ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଉପ ସଭାପତି ବିଘ୍ନରାଜ ପଟଯୋଷୀ, ଉପ ଦେଷ୍ଟା ଗୁଣ ନିଧି ମାଝୀ, ଶଙ୍କର ପ୍ରାସାଦ ପଟଯୋଷୀ, ଚିତ୍ତ ରଂଜନ ପଣ୍ଡା ଙ୍କ ସମେତ ସଂଘ ର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍