ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ ଗଳ୍ପ ସାଙ୍ଗ

             ସାଙ୍ଗ

ସାଙ୍ଗ ଏପରି ଏକ ଶବ୍ଦ ଯାହାର ତୁଳନା ନାହିଁ. ସାଙ୍ଗ ତ ଅନେକ ଥାଆନ୍ତି କିନ୍ତୁ ହୃଦୟ ଦେଇ ଭଲ ପାଇବା ସାଙ୍ଗ ଖୁବ କମ ଥାଆନ୍ତି.ଏପରି ଦୁଇ ସାଙ୍ଗ ଥିଲେ ନରି ଓ ହରି. ଏକା ଗାଆଁ ରେ ଘର, ଦୁହେଁ ସାଙ୍ଗ ହୋଇ ଏକା ସ୍କୁଲ ରେ ପାଠ ପଢ଼ନ୍ତି. ଦୁଇଜଣ ଙ୍କ ଭିତରେ କ୍ଷୀର, ନୀର ର ସମ୍ପର୍କ,ଖେଳ ଛୁଟିରେ ଘରୁ ଆଣିଥିବା ଖାଇବା ପରସ୍ପର ମିଶି କରି ଖାଆନ୍ତି. ଯଦି ଜଣେ ଘରୁ ଖାଇବା ଆଣିବା ଭୁଲି ଯାଇଥାଏ ଜଣକ ଖାଦ୍ୟକୁ ଦୁଇଜଣ ବାଣ୍ଟିକରି ଖାଆନ୍ତି. ଦୁଇଜଣ ଙ୍କର ବନ୍ଧୁତା କୃଷ୍ଣ ସୁଦାମାଙ୍କ ପରି. ସେହି କ୍ଲାସରେ ରବି ନାମକ ଏକ ଦୁଷ୍ଟ ପିଲା ପଢୁଥାଏ. ପାଠ ପଢ଼ାରେ ତାର ମନ ନ ଥାଏ , ସବୁବେଳେ ଖେଳ କୁଦରେ ମନ,. ଏ ଦୁଇଜଣ ଙ୍କ ବନ୍ଧୁତା ଦେଖି ସେ ସହି ପାରିଲା ନାହିଁ, ମନେ ମନେ ଚିନ୍ତାକଲା ଯେ କୌଣସି ଉପାୟରେ ଏ ଦୁଇଜଣ ଙ୍କୁ ଅଲଗା କରିବି. ଏହା ଭାବି ଦିନେ ସେ ନରିର କଲମ ଟିକୁ ନେଇହରି ବ୍ୟାଗରେ ଲୁଚାଇ ରଖିଦେଲା.ଶିକ୍ଷକ ପାଠ ଡାକିଲେ,ନରି ଲେଖିବବୋଲି କଲମ ଆଣିବାକୁ ଗଲାବେଳକୁ ବ୍ୟାଗ ରେ କଲମ ପାଇଲାନି କଣ କରିବ କେମିତି ପାଠ ଲେଖିବ , ହରିକୁ ହାତରେ ଠାରି କହିଲା ସାଙ୍ଗ ମୋ କଲମ ପାଉନି, ଏତିକି ବେଳେ ରବି ନରିର କାନ ପାଖରେ କହିଲା ହରି ତୋ କଲମ ନେବାର ମୁଁ ଦେଖିଛି. ଏହା ଶୁଣି ନରି ହସିଲା,କହିଲା ଠିକ ଅଛି ମୁଁ ଯାଉଛି ତା ପାଖରୁ ମୋ କଲମ ଟିକୁ ନେଇ ଆସିବି.. ନରି ହରି ପାଖକୁ ଯାଇ ତା ବ୍ୟାଗରୁ ନିଜ କଲମ ଟିକୁ ଆଣିଲା. ହରି କହିଲା ତୋ କଲମ ମୋ ବ୍ୟାଗକୁ କିପରି ଆସିଲା. ନରି କହିଲା କେଜାଣି ମୁଁ ଜାଣିନି. କେତେ ବେଳେ ଭୁଲରେ ରଖିଦେଇଥିବି. ଏହାକହି ନରି କଲମ ଆଣି ପାଠ ଲେଖିଲା. ବିଚରା ରବି ଏ ସବୁ ଦେଖି ଲାଜରେ ଝାଉଁଳି ଗଲା. ତାର ଚକ୍ରାନ୍ତ ଦୁଇ ଜଣଙ୍କ ବିଶ୍ୱାସ ପାଖରେ ହାରିଗଲା. ସେଥିପାଇଁ କଥାରେ କୁହନ୍ତି ନିଜ ଭିତରେ ଯଦି ସମ୍ପର୍କ ମଜଭୂତ ଥିବ ତୃତୀୟ ଲୋକ କେବେବି ସେ ସମ୍ପର୍କ କୁ ଭାଙ୍ଗି ପାରିବ ନାହିଁ.ଯେଉଁଠି ନିଜ ଭିତରେ ବିଶ୍ୱାସ ଓ ସଦଭାବନା ନ ଥିବ ତୃତୀୟ ଲୋକ ତାର ଫାଇଦା ନେବ.।                               

ଜୟ ଜଗନ୍ନାଥ …. 

ପ୍ରତିମା ଶତପଥି, ଜିଲ୍ଲା, ଯାଜପୁର

Related posts

ନଦୀରେ ଭାସି ଯାଇଥିବା ବ୍ଯକ୍ତିଙ୍କ ଶବ ଉଦ୍ଧାର

Sunil Chandra Nayak

ଧର୍ମପରାୟଣା ମହିଳାଙ୍କ ବିୟୋଗ

Sunil Chandra Nayak

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ

Leave a Comment

error: Content is protected !!