ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

  ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

               ବାଲାଜି ସେଠୀ

        
ଆସିବାର ଯେବେ ଥିଲା ଏ ଜୀବନେ
       କଲ କାହିଁ ଏତେ ଡେରି
କଥା ଦିଅ ସଖୀ ହାତେ ହାତ ରଖି
       ଯିବ ନାହିଁ ଆଉ ଫେରି ।
ଧୂମାଳ ଜୀବନ ମନ ପ୍ରାଙ୍ଗଣର
        ଶୂନ୍ୟତା ହିଁ ଥିଲା ମିତ୍ର
ଜୀବନ ପ୍ରଚ୍ଛଦ ପୃଷ୍ଠାରେ ଆଙ୍କିଲ
          ମଧୁଝରା ସୁଖ ଚିତ୍ର ।
କରିଛି ଅନେକ ବାର ବ୍ୟବଚ୍ଛେଦ
            ସ୍ୱପ୍ନର ଅବୟବ
ତୁମେ ଯେଉଁ ଦିନ ଦେଖାଇଲ ସ୍ୱପ୍ନ
        ଦେଖୁଛି ହୋଇ ନୀରବ ।
ଅଛ ସିନା ବନ୍ଦ ହୃଦୟ ନୀଳୟେ
        ହାତ ମୋର ପାଉନାହିଁ
ମେଣ୍ଟୁ ନାହିଁ ଶୋଷ ବଢ଼େ ଅବଶୋଷ
         ତୁମ ଠୁ ଦୂରରେ ରହି ।
ତୁମ ପଥ ଧାରେ ନୟନ ବିଛେଇ
         ଭିଜୁଛି ମୁଁ ଭାବ କୂଳେ  
ପ୍ରତୀକ୍ଷା ହିଁ ମୋର ପ୍ରାରବ୍ଧ ପ୍ରାଚୀର
         ବାସ୍ତବତା ଅନ୍ତରାଳେ ।

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

Sunil Chandra Nayak

ପ୍ଲାନେଟ୍ ଆର୍ଥ ସୌରଶକ୍ତି ଆଧାରିତ କର୍ମଶାଳା

Sunil Chandra Nayak

ନୂଆପଡା ଜିଲ୍ଲା ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!