ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଷ୍ଠୀ ସଂର୍ଘସ ରେ ଦୁଇ ଆହତ ୩ ଅଟକ

ଚନ୍ଦାହାଣ୍ଡି ୨/୧୧ (ମ ନି ସ)-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫଟକି ଗ୍ରାମ ରେ ସାମାଜିକ ଘଟଣା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟ ରେ ସଂର୍ଘସ ହେବା ଫଳ ରେ , ଦୁଇ ଆହତ ହୋଇ ଥିବା ବେଳେ ଜଣକ ଅବସ୍ଥା ଗୁରୁତର ରହିଥିବା ଚନ୍ଦାହାଣ୍ଡି ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଆହତ ମାନେ ହେଲେ ଉଗ୍ରେସନ ପଟେଲ (୩୫) ଏବଂ ତୁଲସିରାମ ପଟେଲ(୩୨) ତୁଲସିରାମ ସାମାନ୍ୟ ଆହତ ହୋଇ ଥିବା ବେଳେ ଉଗ୍ରେସନ ପଟେଲ ର ଅବସ୍ଥା ଗୁରୁତର ରହିଥିବା ଡାକ୍ତରଖାନା ସୂତ୍ର ରୁ ଜଣାପଡିଛି । ଗୁରୁତର ଉଗ୍ରେସନ କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରା ଯାଇ ଥିବା ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦିପ କୁମାର ସତପଥୀ ପ୍ରକାଶ କରିଛନ୍ତି । ତୁଲସିରାମ ଥାନା ରେ ଲିଖିତ ଅଭିଯୋଗ ଦେବା ପରେ ଥାନାଧିକାରୀ ଶ୍ରୀ ନାୟକ ଚନ୍ଦାହାଣ୍ଡି ଥାନା କେସ ନଂ ୧୩୩/୨୨ ନୁସାରେ ୩ ଅଭିଯୁକ୍ତ ନଳ ପଟେଲ(୫୦) ତାଙ୍କ ଦୁଇ ପୁଅ ଦେବାଶିସ ପଟେଲ (୨୨) ଏବଂ କୁମର ପଟେଲ (୩୦) କୁ ଅଟକ ରଖି ଦଫା ୨୯୪/୩୨୩/୩୨୪/୩୦୭/୫୦୬//୩୪ ଲଗାଇ ପଚରା ଉଚରା ଚଲାଇବା ସହ ଏହାର ତଦନ୍ତଭାର ନିଜେ ନେଇ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ପଚରା ଉଚରା ପରେ କୋର୍ଟଚାଳାଣ କରା ଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।ପୋଲିସ ସୂତ୍ର ନୁସାରେ ଗତ ୧ ତାରିଖ ମଙ୍ଗଳବାର ଦିନ ୫ ଟା ସମୟ ରେ ଗ୍ରାମ ର ଏକ ଚୋରୁ ଦିଆ ( ଜମିରେ ଦେବ ପୁଜା ) ରେ ଭୋଜି ଖାଇବା ସମୟ ରେ ଦେବାଶିସ ପଟେଲ ଏବଂ ପଟେଲ ସମାଜ ର ସଭାପତି ତୁଲସୀ ରାମ ପଟେଲ ମଧ୍ୟ ରେ ସମାଜ ର ଜାତି ସଂସ୍କାର ବାବଦ କୁ ନେଇ ବଚସା ହେବା ସହ ପରବର୍ତୀ ମୁହୁର୍ତ ରେ ଏହା ଉଗ୍ର ରୁପ ନେଇ ହାତା ହାତି ହେବା ରୁ ତୁଲସୀ ରାମ ରକ୍ତାକ୍ତ ହୋଇ ଘର କୁ ଆଶି ପରିବା ର ଲୋକଙ୍କୁ କହିବା ପରେ ଭାଇ ଉଗ୍ରେସନ ପଟେଲ ସେଠ।କୁ ଯାଇ ସମାଧାନ କରିବା କୁ ଚେଷ୍ଟା କରି ଥିଲେ । ସମାଧାନ ପାଇଂ ଚେଷ୍ଟା କରୁ ଥିଲେ ମଧ୍ୟ ଦେବାଶିସ ନିଶାସକ୍ତ ଅବସ୍ଥା ରେ ଥିବା ରୁ ତା ଭାଇ କୁମର ଏବଂ ବାପା ନଳ ସହ ତୁଲସୀରାମ କୁ ବିଧା ଗୋଇଠା ମାରିବା ଦେଖି ଉଗ୍ରେସନ ଭାଇ କୁ ବଂଚାଇବା କୁ ଚେଷ୍ଟା କରୁଥିବା ସମୟ ରେ ନଳ ପଟେଲ ଏକ ଲାଠି ସାହାର୍ଯ୍ୟ ରେ ଉଗ୍ରେସନ ର ମୁଣ୍ଡ ରେ ଯୋର ରେ ଆକ୍ରମଣ କରିବା ଫଳ ରେ ସେଠାରେ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାଵୀ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ଗାନ୍ଧୀ

Sunil Chandra Nayak

ପଦ୍ମିନୀ ନାଏକ ଙ୍କ କବିତା ବାଃ ବାଃ ରେ ପୁଅ

ବାସନ୍ତୀ ଲତା ଜେନା ଙ୍କ କବିତା ମହାବିଷୁବ ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!