ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଢ଼ାରଜା ମଞ୍ଚରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

କୋକସରା,୧୬/୧୦-  (ମ ନି ସ)  କଳାହାଣ୍ଡି ଜିଲ୍ଲାର ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ଦଶରା ଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ବୁଢ଼ାରଜା ସାଂସ୍କୃତିକ ମଞ୍ଚରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଧର୍ମଗଡ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ବୁଢ଼ାରଜା ମଞ୍ଚ ଉଦଘାଟନ କରିଥିଲେ। ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକନୃତ୍ୟ ଓ ଘୁମୁରା କଳାକାର ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଏହି ଅବସରରେ ବୁଢ଼ାରଜାଙ୍କ ମହିମା କୁ ନେଇ ପ୍ରଦୀପ ଡି. ମାଝୀ ଙ୍କ ନିର୍ଦେଶନା ଓ ପ୍ରଶାନ୍ତ ମୁନି ଙ୍କ ରଚନାରେ ନିର୍ମାଣ ହୋଇଥିବା କ୍ଷୁଦ୍ର ଚଳଚିତ୍ର “ବଦନି’ ର ଲୋଗୋକୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ। ରାତିରେ ନାଟକ ଓ ଘୁମୁରା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୂଜା କମିଟି ର ସଭାପତି କୁମୁଦ ଚନ୍ଦ୍ର ପୁଝାରି, ଉପ ସଭାପତି ତିଲୋତ୍ତମା ନାଏକ, ସମ୍ପାଦକ ନକୁଳ ବାଣୁଆ, କୋଷାଧ୍ୟକ୍ଷ ଯୀତେନ୍ଦ୍ର ପଣ୍ଡା, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ୠତୁରାଜ ମାଝୀ, ବିଘ୍ନେସ୍ବର ନାଏକ, ତ୍ରିନାଥ ପ୍ରସନ୍ନ ରାୟ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ ସମେତ ଆମପାଣି ଗ୍ରାମବାସୀ ମାନଙ୍କ ସହଯୋଗରେ ବୁଢ଼ାରଜା ଦଶରା ସମାପନ ହୋଇଛି। ଦଶରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଆମପାଣି ପୁଲିସ ଓ ଆଇଆରବି ଯବାନ ମାନେ ନିୟୋଜିତ ରହିଥିଲେ।

Related posts

ମହାଦେବ ଙ୍କୁ ଜଳ ଲାଗି କଲେ ମାରୱାଡ଼ି ମହିଳା ମଣ୍ଡଳ

Sunil Chandra Nayak

ପଞ୍ଚାୟତରାଜ ତାଲିମ ପାଇଁ କଳାହାଣ୍ଡି ରୁ ଦିଲ୍ଲୀରେ ପ୍ରତିନିଧିତ୍ୱ କଲେ ଲଡୁଗାଁ ସରପଞ୍ଚ

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!