ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନୋରଞ୍ଜନ – ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’

ପ୍ରଥମ ଥର ପାଇଁ

ସୋନମ୍ ଓ ଅମ୍ଳାନ ନୂଆ ଯୋଡି

ଭୁବନେଶ୍ୱର : ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମାର । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଚଳଚ୍ଚିତ୍ର ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିବା ସୋନମଙ୍କ ବିପକ୍ଷରେ ଅମ୍ଳାନ ଏବଂ ଓମଙ୍କ ଦେଖିବାକୁ ମିଳିବ । ମା ମଙ୍ଗଳା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ଚାଲିଥିବା ଏହି ସିନେମାର ସୁଟିଂ ଚାଲୁ ରହିଛି । ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ସିନେମାଟି ନିର୍ମାଣ ହେଉଥିବା ବେଳେ ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଉଛି । ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ କମେଡିଆନ ବ୍ରଜ ସିଂ ପ୍ରଥମ ଥର ପାଇଁ ନିର୍ଦ୍ଦେଶନାରେ ପାଦ ରଖିଛନ୍ତି । ଏଥିରେ ଅମ୍ଳାନ, ଓମ୍‌, ସୋନମ, ବ୍ରଜ ସିଂ, ପ୍ରଜ୍ଞାନ, ଦେବୁ ବ୍ରହ୍ମା, ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ସୁଟିଂ ଖୁବଶୀଘ୍ର ଶେଷ ହୋଇ ବଡ ପରଦାରେ ରିଲିଜ ହେବ ବୋଲି ଜଣାପଡିଛି ।

ଭୁବନେଶ୍ୱର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ଅଳ୍ପକେ ବଞ୍ଚୀଗଲା ମଣିପୂରମ୍ ଫାଇନାସ୍‌

Sunil Chandra Nayak

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

ରାଜସ୍ଥାନ ପରିଷଦ ତରଫରୁ କାବ୍ୟସଂଧ୍ୟା ଆସନ୍ତା ୧୨ ରେ

Sunil Chandra Nayak

Leave a Comment

error: Content is protected !!