ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ଥାନାରେ ଦଶହରା ପର୍ବ

 ଜୁନାଗଡ଼,୭/୧୦(ମ ନି ସ)  ଜୁନାଗଡ଼ ଥାନାରେ ବୁଧବାର ପବିତ୍ର ବିଜୟା ଦଶମୀ ଅବସରରେ ବାର୍ଷିକ ଦଶହରା ପର୍ବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶାରଦୀୟ ଦଶହରା ଅବସରରେ ମାଆ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିଥିବା ବେଳେ ବିଜୟା ଦଶମିରେ ମାକୁ ମେଲାଣି ଦିଆଯାଇଥାଏ। ! ଜୁନାଗଡ଼ ପୁଲିସ ପକ୍ଷରୁ ପ୍ରଥମ ଥର ପାଇଁ ଥାନାରେ ମା ଦୁର୍ଗାଙ୍କୁ ଆବାହନ କରିବା ସହ ପୂଜାର୍ଚ୍ଚନା ପାଇଁ ଏକ ଭବ୍ୟ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସହର ବାସୀଙ୍କୁ ସାମିଲ କରାଯାଇଥିଲା ।ଏହି ବାର୍ଷିକ ଦଶହରା ପୂଜା ପାଇଁ ଏକ ସ୍ୱତନ୍ତ୍ର ପାଲିଙ୍କିରେ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ଆବାହନ କରାଯାଇ ପାରମ୍ପରିକ ସିଂହ ବାଦ୍ୟ ର ତାଳରେ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଜୁନାଗଡ଼ ପୋଲିସ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସପତ୍ନୀ ପୂଜାକର୍ତ୍ତା ଭାବେ ସମସ୍ତ କାର୍ଯ୍ୟ ତୁଲାଇଥିଲେ ! ଏହି ଅବସରରେ ମା ଙ୍କ ନିକଟରେ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଓ ସମସ୍ତ ଙ୍କୁ ମା ଙ୍କ କରୁଣା ପ୍ରାପ୍ତି ନିମନ୍ତେ ଦେବୀଙ୍କୁ ପୂଜାର୍ଚନା କରାଯାଇ ମା ଙ୍କ ଆଶୀର୍ବାଦ କାମନା କରିଥିଲେ। । ଏହି କାର୍ଯ୍ଯ ସମ୍ପାଦନରେ ପୁଲିସ କର୍ମଚାରୀ ଥବିର ବରିଆ , ନିତ୍ୟାନନ୍ଦ ଦାସ , ସୋନୁ ଖାଲକୋ, ସୁରେନ୍ଦ୍ର ସିଂ, କାହ୍ନୁପଣ୍ଡା, ସୁବୋଧ କୁମାର ଫୁଲୋ, ସୁଶାନ୍ତ ପୂଝରୀ, ସୁରେନ୍ଦ୍ର ବାଗ, ରାମ ମିଶ୍ର ମଦନ ଗହୀର ପ୍ରମୁଖ ପୁଳିସ କର୍ମଚାରୀ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ! ଚଳିତ ବର୍ଷ ଥାନା ଅଧିକାରୀ ଉତ୍ତମ ସାହୁ ଜୁନାଗଡ଼ ସହରର ପ୍ରତେକ ଜନସାଧାରଣ ଙ୍କୁ ସାମିଲ କରି ଏହି ବାର୍ଷିକୀ ଦଶହରା ପାଳନ କରି ଥିଲେ !

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ବସଷ୍ଟାଣ୍ଡରେ ଖବର ବିତରକଙ୍କ ବ୍ୟାଗ ସହ ଦସ୍ତାବିଜ୍ ଲୁଟ୍

Sunil Chandra Nayak

ବେଲପାଳ ପଂଚାୟତ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ରେ ବ୍ଲକ ଅଧିକାରୀ ସହ କର୍ମଚାରୀ ଙ୍କ ଦେଖା ମିଳିଲା ନାହିଁ 

Sunil Chandra Nayak

ଭାରତୀୟ ନୌସେନାର ଜାହାଜ ବିଧ୍ୱଂସୀ ମିସାଇଲର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!