ନବରଙ୍ଗପୁର,୨୮/୮(ମନିସ୍) ନବରଙ୍ଗପୁର ଜିଲ୍ଲା ରେ ଦିନକୁ ଦିନ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଅଞ୍ଚଳ ରେ ବ୍ୟାପୁଥିବା ବେଳେ, ସ୍ବାସ୍ଥ୍ୟ ବିଭାଗ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସଫେଇ ଦେଉଛନ୍ତି ।ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁ ହୋଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନିବାକୁ ନାରାଜ୍। ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠାରେ କୌଣସି ବ୍ୟକ୍ତି ସ୍ଵର ଉତ୍ତୋଳନ କରି ପାରୁନଥିବାରୁ ଏହାର ଫାଇଦା ନେଉଛନ୍ତି ଅଧିକାରୀମାନେ। ଗତ ଜିଲ୍ଲା ପରିଷଦ ବୈଠକ ରେ ଝାଡା ବାନ୍ତି ଙ୍କୁ ନେଇ ସାଂସଦ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳି ପ୍ରସାଦ ବେହେରା ତାଙ୍କ କଥା ରେ ସମସ୍ତ ଜନ ପ୍ରତିନିଧି ଙ୍କୁ ମତେଇ ଦେଇଥିଲେ। ଜିଲ୍ଲା ର ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମରେ ଭଣ୍ଡରୁ ସାନ୍ତା ତାଙ୍କ ଶିଶୁ ନାତିର ଝାଡାବାନ୍ତି ରେ ମୃତ୍ୟୁ ହୋଇଥିବା ବେଳେ,ଏହି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଲାମତାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ାଆଉଳି ର ୭୦ ବର୍ଷର ବୃଦ୍ଧା ଓ ଦେବ ଜାନୀ ମୃତ୍ୟୁ ହୋଇଥିବା ଗଣ ମାଧ୍ୟମ ପ୍ରତିନିଧି ଫୋନ୍ କରିବାରୁ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ପଡ଼ାଆଉଳି ର ବୃଦ୍ଧା ର ପେଟ ବ୍ୟଥା ଓ ରକ୍ତ ବାନ୍ତି ରେ ମୃତ୍ୟୁ ହୋଇଥିବା ନିଜେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ପଷ୍ଟି କରଣ ଦେଇ ଥିଲେ। ଝାଡ଼ାବାନ୍ତି ବ୍ୟାପୁଥିବା ପ୍ରବଣ ଗ୍ରାମରେ ଚିକିତ୍ସା କରିବାକୁ ଯାଇ ଖୋଦ୍ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ର ଡକ୍ଟର ଓ ତାଙ୍କ କର୍ମଚାରି ବି ବର୍ତ୍ତି ପାରିଲେ ନାହିଁ। ଯେଉ ଗ୍ରାମରେ ଝାଡା ବାନ୍ତି ବ୍ୟାପିଥିଲା ସେଠାରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲି ସ୍ବାସ୍ଥ୍ୟ କର୍ମଚାରୀ ଥିଲେ।ତାଙ୍କ ଖାଇବା ପିଇବା ରେ ତ୍ରୁଟି ଯୋଗୁ ତାଙ୍କ ଦେହ ଅସୁସ୍ଥ ହୋଇଥିବା କେତେକ କର୍ମଚାରି ଗଣ ମାଧ୍ୟମରେ ଅଭିଯୋଗ ବି କରିଥିଲେ। ଏତେ ସବୁ ଘଟଣା ପରେ ବି ସ୍ବାସ୍ଥ୍ୟ ସେବା ପାଇଁ ସାଂସଦ ,ବିଧାୟକ ,ଜିଲ୍ଲାପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟା/ ସଭ୍ୟ, ବ୍ଲକ ଅଧ୍ୟକ୍ଷା /ଅଧ୍ୟକ୍ଷ ଜିଲ୍ଲା ପରିଷଦ ବୈଠକ ରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀ ମାନକୁ ନ କହିବା ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟ ସେବା ରେ କୁଠାରାଘାତ କରିଥିବା ଭଳି ମନେ ହୋଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଯେଉ ଠାରେ ନିଜେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି,, କୋଷାଗୁମୁଡ଼ା, ରେ ଯାଇ ପରିସ୍ଥିତ ଦେଖିବା ସହିତ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ। ମାକ୍ସ ,ବିସ୍କୁଟ, ଚକ୍ଲେଟ୍ ବଣ୍ଟନ କରିଥିଲେ। ନିଜ ଅଞ୍ଚଳର ଝାଡ଼ାବାନ୍ତି ବିଷୟରେ ସମସ୍ୟା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହିତ ଆଲୋଚନା ନ କରିବା ଏହା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଜିଲ୍ଲାବାସୀ ଅଭିଯୋଗ କରୁଥିବା ଶୁଣିବାକୁ ମିଳୁଛି। ଅପରପକ୍ଷରେ ନିୟନ୍ତ୍ରଣ ରେ ରହିଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ କହିବା ପରେ ସେହଦିନ ପୁଣି ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଅଞ୍ଚଳଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଉମୁରୀ ଗ୍ରାମର ପ୍ରତିମା ନାୟକ, ଖୁଣ୍ଟିପଦର ଗ୍ରାମର ଲବି ସାନ୍ତା, ନନ୍ଦାହାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ହିର୍ଲିଆଗୁଡ଼ା ଗ୍ରାମର ସନପତି ମାଝୀ ଚିକିତ୍ସା ହେଉଥିବା ସୂଚନା ମିଳିଥିଲା।ଦିନକୁ ଦିନ ଝାଡ଼ା ବାନ୍ତି ଗୋଟିଏ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆଉ ଅନ୍ୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ବ୍ରୁଧି ପାଇବାରେ ଲାଗିଛି। ତୁରନ୍ତ ନିୟନ୍ତ୍ରଣ ନ କଲେ ଆଗକୁ କୋରନା ଭଳି ମାଡି ଚାଲିବ ବୋଲି ଜିଲ୍ଲାରେ ଚର୍ଚ୍ଚା ଚାଲିଛି। ତୁରନ୍ତ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ସବୁ ମହଲ ରୁ ଦ୍ରୁଢ ଦାବି ହେଉଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ସହ୍ ତେନ୍ତୁଳି ଖୁଣ୍ଟି ପ୍ରତିନିଧି ଗୋବର୍ଧାନ ସାହୁ ଙ୍କ ରିପୋର୍ଟ୍ ମସୀହା ନିୟୁଜ୍।