ଭବାନିପାଟଣା ପୌପରିଷଦ ନିର୍ବାଚନ ରେ ଶତକଡା ୩୩% ଭୋଟର ଭୋଟ ଦେଇ ନାହାନ୍ତି
ଭବାନୀପାଟଣା:୨୪/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଧର୍ମଗଡ, ଜୁନାଗଡ ଓ କେସିଙ୍ଗା ପୌରପରିଷଦ ନିର୍ବାଚନ ଶେଷ ହୋଇଯାଇଛି। ଭବାନୀପାଟଣାରେ ସର୍ବନିମ୍ନ ୫୭.୪୭ % ଭୋଟ ପଡିଛି ସେଥିରୁ ପୁରୁଷ ୬୦.୧୨ ଓ ମହିଳା ଭୋଟର ୫୪.୮୨ ପ୍ରତିଶତ ମତଦାନ କରିଛନ୍ତି, ସେଥିରୁ ପୁରୁଷ ୧୭୩୨୩ ଓ ୧୫୭୨୮ ମହିଳା ଭୋଟ ଦେଇଛନ୍ତି, ।ସେହିପରି ଧର୍ମଗଡରେ ୭୭.୮୭ ମତଦାନ ହୋଇଛି ସେଥିରୁ ପୁରୁଷ ଭୋର୍ଟସ୍ ୭୯.୫୦ ଓ ମହିଳା ଭୋର୍ଟସ ୭୬.୧୩ ଭୋଟ ଦେଇଛନ୍ତି, ମୋଟରେ ୯୭୭୩ ଭୋର୍ଟସଙ୍କ ମଧ୍ୟରୁ ପୁରୁଷ ଭୋର୍ଟସ ୫୧୪୬, ଓ ୪୬୨୭ ମହିଳା ଭୋର୍ଟସ ଭୋଟ ପଡିଛି, ଜୁନାଗଡରେ ମଧ୍ୟ ୭୫.୨୬% ହାର ଭୋଟ ପଡିଛି ସେଥିରେ ପୁରୁଷଙ୍କ ଭୋଟ ୭୭.୪୦ ହୋଇଥିବାବେଳେ ମହିଳା ୭୩.୪୦ ଭୋଟ ପଡିଛି ମୋଟ ଭୋର୍ଟସଙ୍କ ସଂଖ୍ୟା ୧୧୦୯୫ ଥିବାବେଳେ ପୁରୁଷ ଭୋର୍ଟସର ୫୮୦୩୨ ଓ ୫୨୯୩ ମହିଳା ଭୋଟ ଦେଇଛନ୍ତି, କେସିଙ୍ଗା ଠାରେ ସର୍ବାଧିକ ଭୋର୍ଟସ ଙ୍କ ଭୋଟ ପଡିଛି ଯାହାକି ୭୮.୯୨ ହାର ଭୋଟ ପଡିଛି । ସର୍ବମୋଟ ୧୧୨୧୦ ଭୋଟରଙ୍କ ମଧ୍ୟରୁ ପୁରୁଷ ୫୭୧୯ ଓ ୫୪୯୧ ମହିଳା ଭୋର୍ଟସ ଭୋଟ ଦେଇଥିବା ସୂଚନାରୁ ଜଣାପଡିଛି। ତେବେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଯାହାକି ହାଇପ୍ରୋଫାଇଲ ରାଜନୈତିକ ନେତା ଓ ଦଳଙ୍କ ପେଣ୍ଠସ୍ଥଳୀ ହୋଇଥିଲେ ମଧ୍ୟ ସେଠାରେ ଏତେ କମ ପରିମାଣରେ ଭୋଟର ଙ୍କ ଭୋଟ ପଡିଛି ତାହା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି। ସମୁଦାୟ ଭୋଟ ପଡ଼ିଥିବା ସଂଖ୍ୟା ଓ ଭୋଟ ଦେଇନଥିବା ଭୋଟର କୁ ତୁଳନା କଲେ ସମୁଦାୟ ଭୋଟର ଙ୍କ ମଧ୍ୟରୁ ୩୩ ପ୍ରତିଶତ ଭୋଟର ଭୋଟ ଦେଇ ନାହାନ୍ତି । ଭୋଟିଂ ଟ୍ରେଣ୍ଡ କୁ ବିଶ୍ଳେଷଣ କଲେ ରାଜନୀତିକ ସମୀକ୍ଷକ ମାନଙ୍କ ପାଇଁ ଏହା ଏକ ଚିନ୍ତା ର ବିଷୟ ହୋଇ ପଡ଼ିଛି ।