ନୁଆପଡା ଜିଲ୍ଲା ର ତିନି ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିର୍ବାଚନ ଆରମ୍ଭ ହୋଇଯାଇଛି ନୂଆପଡା, ଖଡ଼ିଆଳ ଓ ଖରିଆର ରୋଡ ପାଇଁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ସକାଳ ଆଠ ଘଣ୍ଟା ରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟ ଦାନ ପାଇଁ ଲୋକେ ଧାଡିରେ ଠିଆ ହୋଇ ଉତ୍ସାହ ର ସହ ଭୋଟ ଦେଉଛନ୍ତି ।ପରିଚୟ ପତ୍ର ବାଧ୍ୟତା ମୂଳକ କରାଯାଇଥିବାରୁ ଭୋଟର ମାନେ ନିର୍ବାଚନ କମିଶନର ନିର୍ଦ୍ଧାରିତ କରିଥିବା ପରିଚୟ ପତ୍ର ଧରି ଆସିଥିବା ଦେଖାଯାଇଛି।ନୂଆପଡା ଏନ ଏ ସି ରେ ୧୪ ଟି ବୁଥ ଥିବା ବେଳେ ଭୋଟର ରହିଛନ୍ତି ୧୨୪୪୭।ପୁରୁଷ ଭୋଟର ସଂଖ୍ୟା ୬୧୯୩ ଓ ମହିଳା ଭୋଟର ସଂଖ୍ୟା ୬୨୫୪।ସେହିପରି ଖରିଆର ରୋଡ ରେ ୧୯ ଟି ବୁଥ ଥିବା ବେଳେ ଭୋଟର ଅଛନ୍ତି ୧୪୩୪୯,ପୁରୁଷ ଭୋଟର ୬୯୭୪ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୭୩୭୫।
ଖଡ଼ିଆଳ ଏନ ଏ ସି ର ୱାର୍ଡ ସଂଖ୍ୟା ୧୩ ଥିବା ବେଳେ ଭୋଟର ସଂଖ୍ୟା ୧୧୪୭୯।ମହିଳା ଭୋଟର ୫୮୩୭ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୫୬୪୦ ଓ ତୃତୀୟ ଲିଙ୍ଗ ରେ ଦୁଇ ଜଣ ଅଛନ୍ତି।ଦୁଇ ନଂ ୱାର୍ଡ ରେ ଦୁଇଟି ବୁଥ କରାଯାଇଥିବାରୁ ୧୪ଟି ବୁଥ କରାଯାଇଛି।ପିଙ୍କ ବୁଥ ଗୋଟିଏ ଓ ଆଦର୍ଶ ବୁଥ କରାଯାଇଥିବା ସୂଚନା ମିଳିଛି। ।ଶାନ୍ତି ଶୃଙ୍ଖଳା ସହ ଅବାଧ ନିର୍ବାଚନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ଉପ-ଜିଲ୍ଲାପାଳ ତରଣୀସେନ ନାଏକ ସୂଚନା ଦେଇଛନ୍ତି l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post