ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ପ୍ରକାଶ କରିଛି ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ବା ନାସ୍ । ୨୦୨୧ ରିପୋର୍ଟ ଅନୁସାରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ଚିତ୍ର ଦର୍ଶାଯାଇଛି । ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସହର ଓ ଗାଁ ପିଲାଙ୍କ ମଧ୍ୟରେ ମେଧାର ତାରତମ୍ୟ ଦେଖିବାକୁ ମଳିଛି । ଗତବର୍ଷ ନଭେମ୍ବରରେ କରୋନା ସମୟରେ ଏହି ସର୍ଭେ କରାଯାଇଥିଲା ।

କରୋନା କଟକଣା ଥିବାରୁ ସ୍କୁଲ ବନ୍ଦ ରହିଥିଲା । ଏହି ସମୟରେ ସହରର ପିଲା ଗାଁ ପିଲାମାନଙ୍କ ଅପେକ୍ଷା ଅଧିକ ଅନଲାଇନରେ ପାଠ ପଢିଥିବାରୁ ସହର ଓ ଗାଁ ମଧ୍ୟରେ ତାରତମ୍ୟ ଦେଖିବାକୁ ମିଳିଛି । ତୃତୀୟ ଶେଣ୍ରୀରେ ପଢୁଥିବା ସହର ପିଲାଙ୍କ ତୁଳନାରେ ଗଣିତ, ପରିବେଶ ବିଜ୍ଞାନ, ଭାଷାରେ ଗାଁ ପିଲାଙ୍କ ପ୍ରଦର୍ଶନ ଖରାପ ରହିଛି । ସଂଖ୍ୟା କହିପାରୁନାହାନ୍ତିି ତୃତୀୟ ଶ୍ରେଣୀ ପିଲା ।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓ ଭାଷାରେ ଜାତୀୟ ହାରଠାରୁ ପଛରେ ଅଛନ୍ତି । ରାଜ୍ୟରେ ଇଂରାଜୀ ପଢିବାରେ ମଧ୍ୟ ଗାଁ ପିଲାଙ୍କ ଅପେକ୍ଷା ସହରୀ ପିଲାଙ୍କ ପ୍ରଦର୍ଶନ ଭଲ ରହିଛି । ୫୦୦ ପଏଣ୍ଟରୁ ଗାଁର ପିଲା ୨୬୪ ପଏଣ୍ଟ ପାଇଥିବା ବେଳେ ସହରୀ ପିଲାଙ୍କୁ ମିଳିଛି ୩୦୨ ପଏଂଟ । ଇଂରାଜୀ ପାଠପଢାରେ ଘରୋଇ ଓ ସରକାରୀ ସ୍କୁଲ ମଧ୍ୟରେ ପାର୍ଥକ୍ୟ ୬୩ ପଏଂଟ ରହିଛି ।

‘ନାସ୍’ ରିପୋର୍ଟରେ ଶିକ୍ଷାର ଚିତ୍ର :ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ନେଇ ନାସ୍ ସର୍ଭେ,ତୃତୀୟ, ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ସର୍ଭେ ହୋଇଥିଲା,ଦେଶର ୧ ଲକ୍ଷ ୧୮ ହଜାର ୨୭୪ ସ୍କୁଲରୁ ୩୪ ଲକ୍ଷରୁ ଅଧିକ ପିଲାଙ୍କୁ ନେଇ ସର୍ଭେ,ରିପୋର୍ଟ ଅନୁସାରେ ଦେଶର ୪୮ ପ୍ରତିଶତ ପିଲା ଚାଲି ଚାଲି ସ୍କୁଲ ଯାଉଛନ୍ତି,୧୮ ପ୍ରତିଶତ ପିଲା ସାଇକେଲରେ ସ୍କୁଲକୁ ଯାଉଛନ୍ତି,୯ ପ୍ରତିଶତ ପିଲା ସ୍କୁଲରେ ଗାଡିରେ ଯିବା ଆସିବା କରନ୍ତି,ସ୍କୁଲ ଯାଉଥିବା ୧୮ ପ୍ରତିଶତ ପିଲାଙ୍କ ମା’ ଲେଖି ପଢି ପାରନ୍ତି ନାହିଁ,୭୨ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଘରେ ଡିଜିଟାଲ ଉପକରଣ ରହିଛି,୮୯ ପ୍ରତିଶତ ପିଲା ସ୍କୁଲରେ ପଢାଯାଉଥିବା ପାଠକୁ ପରିବାର ସହ ଆଲୋଚନା କରନ୍ତି।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ…

Related posts

ଲାହାଡି ବୁଢ଼ା ନଦୀ ପୋଲ ନର୍ମାଣକ୍ୟାମ୍ପ୍ ରେ ଅଘଟଣ: କରେଣ୍ଟ ଲାଗି ଯୁବକ ମୃତ

Sunil Chandra Nayak

ମା’ଦୁର୍ଗା ରଜତ -ଜ୍ଯୋତି ପ୍ରଡକ୍ସନ ତରଫରୁ ଦିତୀୟ ଫିଲ୍ମର ଟାଇଟଲ ଘୋଷଣା ‘ହ୍ବାଟସ ଅପ୍ ଲଭ୍’ 

Sunil Chandra Nayak

ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଙ୍କ ମାଟିଆ ପଞ୍ଚାୟତ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!