ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଲମ

   କଲମ

 

ମନ କଲମକୁ ଲୁହରେ ଭିଜାଇ

ଚିଠି ମୁଁ ଲେଖୁଛି କେତେ

ଆହେ ଚକାଆଖି ତୁମ ଦୟା ହେଲେ

ଖୋଲିକି ପଢ଼ିବ ସତେ

ମନ କଲମକୁ……………୧ 

 

ଦୟାର ସାଗର କାହିଁକି ନିଷ୍ଠୁର 

କି ଦୋଷ କରିଛି କୁହ

ମନ ପ୍ରାଣ ଦେଇ ଭକ୍ତି କରିଥିଲି

କେଉଁ ଉପହାର ଦିଅ

ଦୀନ ଦୁଃଖୀ ମୁହିଁ କି ଦୁଃଖ କହିବି

ବୁଝିବକି ତୁମେ ସତେ

ମନ କଲମକୁ……………୨ 

 

ଭାବିଛକି ମନେ ଦୁଃଖ ଦେଇ ମୋତେ

ସୁଖ ତୁମେ ପାଉ ଅଛ

ଯେତେ ଦୁଃଖ ଅଛି ସଂସାର ଭିତରେ

ସବୁ ଭାଗ୍ୟରେ ଲେଖିଛ

ପ୍ରାଣ ଚାଲିଯାଉ କିଛି ଲୋଡା ନାହିଁ

କ୍ଷମା କର ଥରେ ମୋତେ

ମନ କଲମକୁ ଲୁହରେ ଭିଯାଇ

ଚିଠି ମୁଁ ଲେଖୁଛି କେତେ…………୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଚୋରି ହେଲା ଏଟିଏମ୍, ମିଳିନାହିଁ ସନ୍ଧାନ

Sunil Chandra Nayak

କବିତା ସାହୁ ଙ୍କ କବିତା ସଜବାଜ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଦେବଗଣ ଯେ କରନ୍ତି ସ୍ତୁତି ବିଘ୍ନନାଶନ ହେ ଗଣପତି 

Sunil Chandra Nayak

Leave a Comment

error: Content is protected !!