ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସନ୍ଧ୍ୟା ଭାଵନା

ସନ୍ଧ୍ୟା ଭାଵନା

 

 ବିଜୟ କୁମାର ଜେନା

 

ଦିନମଣି ଏବେ ପଶ୍ଚିମ ଦିଗରେ

                 ହୋଇଯାନ୍ତି ଅସ୍ତମିତ

ସଂଜ ଆଗମନେ ସଧବା ବୋହୂଟି

                  ସଂଜ ଜାଳିବାରେ ରତ।

ବିହଙ୍ଗମ ଗଣ ନୀଡ଼କୁ ଫେରନ୍ତି

                 ଅନାଇ ଛନ୍ତି ଶାବକ

ଦିନ ପଥ ଶ୍ରମ ମେଣ୍ଟାଇ ଦିଅନ୍ତି

                ଶାନ୍ତ ନୀଡ଼ର ଭେକ।

ଚଷା ଭାଇ ଫେରେ କ୍ଷେତରୁ ତାହାର

                   ଲଙ୍ଗଳ ବଳଦ ଧରି

ଘରେ ତା ଗୃହିଣୀ ଅନାଇ ବସିଛି

                    ଶ୍ରମ ଭୁଲେ ସେବା ପାଇ।

ଗହଳ କିଆରୀ ମଝିରେ ଶୁଭୁଛି

                ବିଲୁଆ ହୁକେହୋ ସ୍ଵର

ଅଭୁଝା ଶିଶୁଟି ଶୋଇ ତ ପଡ଼ଇ

                ମାଡ଼ି ଆସଇ ଅନ୍ଧାର।

ପ୍ରାଣୀଙ୍କ ଗହଳ ଚହଳ କମଇ

                 ନିଶୁନ ହୁଅଇ ରାତି

ନିଶାଚର ପ୍ରାଣୀ ଆନନ୍ଦେ ଭ୍ରମନ୍ତି

                 ଏହା ନିୟତିର ରୀତି।

ମହୋଦଧି ତୀର ତରଙ୍ଗ ପ୍ରବଳ

                ଶୁଭିଯାଏ ରହି ରହି

ଦୂର ବଣ ଆଡୁ ବନଚର ପ୍ରାଣୀ

                 ସ୍ଵର ଆସେ ବାଆ ବହି।

ସଂଜର ଭାବନା ଭଳି ଭଳି ଆସେ

                   ସୃଷ୍ଟିର ଏକ ବିଧାନ

ସକାଳ ଯେଉଁଠି ସଂଜ ହିଁ ସେଇଠି

                  ଯୁଗ ଯୁଗକୁ ନିର୍ମାଣ।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ରେ ଜନ୍ମାଷ୍ଟମି ପାଳିତ

Sunil Chandra Nayak

ଶେଷ ଇଚ୍ଛା ପୂରଣ ପୂର୍ବରୁ ଆଖି ବୁଜିଲେ ବିଦ୍ୟାଳୟ ପ୍ରତିଷ୍ଠାତା

Sunil Chandra Nayak

୧- ଯୁକ୍ତଦୁଇ ବିଜ୍ଞାନରେ ରିଚା ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ,୨-ଘରେ ପଶି ସୁନା ଟଙ୍କା ଲୁଟ କଲେ ଦୁବୃତ୍ତ , ୩- ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ 

Leave a Comment

error: Content is protected !!