ପାପଡାହାଣ୍ଡି,8/9, ମନିସ – କୋରାପୁଟ ଜିଲ୍ଲା ଜୟପୁରର ସାରଦା ବିହାର ଠାରେ ଚାଲିଥିବା ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଚମକିଛନ୍ତି ପାପଡାହାଣ୍ଡି ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ଛାତ୍ର | ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚରେ ପାପଡାହାଣ୍ଡି ସରସ୍ବତୀ ଶିଶୁ ମନ୍ଦିରର ସୁଭାଶିଷ ପଟନାୟକ, ତପସ୍ୱିନୀ ଭତରା ଓ ଅନ୍ବେସା ବିଶୋଇ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି | ସମସ୍ତଙ୍କୁ ପଛରେ ପକାଇ ପ୍ରଶ୍ନ ଗୁଡିକର ଉତ୍ତର ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଶିଶୁ ମନ୍ଦିରର ଛାତ୍ରୀ ଛାତ୍ର ମାନେ ଭାଗ ନେଇଥିଲେ | ସମ୍ଭାଗ ସ୍ତରରେ ଭାଗ ନେବାକୁ ଏହି ତିନି ଜଣ ଶୁକ୍ରବାର ଜୟପାଟଣା ଯିବେ | ବିଦ୍ୟାଳୟର ନାମ ରଖିଥିବାରୁ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ଗୁଆ ଓ ଗୁରୁମା ଏବଂ ଗୁରୁଜୀ ମାନେ ଖୁସି ବ୍ୟକ୍ତ କରିଛନ୍ତି | ଛାତ୍ର ଛାତ୍ରୀଙ୍କ ଗାଇଡ଼ ଶିକ୍ଷକ ଭାବେ ବନବାସୀ ସ୍ୱାଇଁ ଓ ମନୋଜ ନାୟକ ଯାଇଛନ୍ତି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ