ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀବନର ଲକ୍ଷ୍ୟ ପୂରଣରେ ସମୟର ସଦୁପୋଯୋଗ

ଭବାନୀପାଟଣା:୨୩/୧୦ – (ମନିସ):- ଗତ ୨୨/୧୦/୨୦୨୨ ତାରିଖ ଯଥା ଶନିବାର ଦିନ ସରକାରୀ ପ୍ରାଥମିକ ବିଦ୍ଯାଳୟ ମେଦିନୀପୁର ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ଯକ୍ଷତାରେ “ମୋ ଜୀବନର ଲକ୍ଷ୍ୟ” ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶୈସବ ଅବସ୍ଥାରୁ ହିଁ ଶିଶୁର ଜୀବନ ଲକ୍ଷ୍ୟ ପୂର୍ଣ୍ଣ ହେବାର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହିପରି ଏକ ଅଭିନବ କାର୍ଯ୍ଯକ୍ରମ ବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ଅତିଥି ଶିକ୍ଷୟିତ୍ରୀ ସଂଗୀତ ନାଗ, ଜ୍ଯୋତି ରାଣୀ ଠାକୁର, ଜ୍ଯୋତ୍ସା ପଟ୍ଟନାୟକ ଏବଂ ସୁବର୍ଣ୍ଣମୟୀ ପ୍ରମୁଖ ଯୋଗଦାନ କରି ମଣିଷ ଜୀବନ ଲକ୍ଷ୍ୟ ପୂର୍ଣ୍ଣ ହେବା କଥା , ଜୀବନ ଲକ୍ଷ୍ୟ ଓ ସମୟର ସଦୁପଯୋଗ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି – ଲକ୍ଷ୍ୟହୀନ ଶୈଶବ ଜୀବନକୁ ପଥଭ୍ରଷ୍ଟ କରିଥାଏ। ଏଣୁ ଜୀବନର ଶୈଶବ ରୁ ହିଁ ଲକ୍ଷ୍ୟ ପୂର୍ଣ୍ଣ ହେବା କଥା ଏବଂ ସମୟର ସଦୁପଯୋଗର ଆବଶ୍ୟକତା ଉପରେ ଦୃଢକ୍ତି ବାଢିଥିଲେ ସମୟ ସହ ଶୈଶବ ଗତିଶୀଳ ହେଲେ ଶିଶୁ ତାର ସଫଳତାରେ ପହଞ୍ଚିବା ନିଶ୍ଚିତ ବୋଲି ଆଲୋଚନା ରେ ସମ୍ମୁହ ମତପ୍ରକାଶ ପାଇଥିଲା।ଏହି କାର୍ଯ୍ଯକ୍ରମ କୁ ବିଦ୍ଯାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତି ଓ ସଂଯୁକ୍ତା ଦାସ ପରିଚାଳନା କରିଥିବା ଜ୍ଯୋତ୍ସାରାଣୀ ଦୋରା, ସଭ୍ଯା ମଞ୍ଜରୀ ପଟ୍ଟନାୟକ,କଲ୍ଯାଣୀ ଦାସ,ପ୍ରତିଭା ଦାସ, ନୀଶାମଣୀ ଦେଇ, ଏବଂ ସୁଚେତା ଦାସ ସହଯୋଗ କରିଥିଲେ। ଛାତ୍ରୀ କୌଶଲ୍ୟା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା

Related posts

ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳା

Sunil Chandra Nayak

ଡାବୁଗାଁ ଦୁଗ୍ଧ ଶିତଳିକରଣ କେନ୍ଦ୍ର ଓମେନ୍ ଏକ୍ସଟେନସନ୍ ୱ।ର୍କରଙ୍କ ନାମରେ ଟଙ୍କା ହେର୍ ଫେର୍ ହୋଇଥିବା ଅଭିଜୋଗ

Sunil Chandra Nayak

ଜିଲ୍ଲା ପରିଷଦ ବୈଠକ ଚାଲିଛି ହେଲେ ମୋବାଇଲ୍ ନିଶା ରେ ମଶଗୁଲ ପରଜଙ୍ଗ ବ୍ଲକ୍ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!